ଜିଲ୍ଲା ସ୍ତରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବୃନ୍ଧାବନ ରାଜପ୍ରସାଦ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଆଜିର ଏହି ଯୋଗ ଦିବସରେ ଦିଗପହଣ୍ଡିର ମାନ୍ୟବର ବିଧାୟକ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ଅବଗତ କରାଇ ଥିଲେ ଯେ ୨୦୧୫ ମସିହା ଜୁନ ୨୧ ତାରିଖରୁ ପ୍ରତି ବର୍ଷ ପାଳିତ ହୋଇ ଆସୁଛି l
ଯୋଗ କରିବା ଦ୍ୱାରା- ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ଅଭ୍ୟାସ କରାଇବାରେ ଅନେକ ସାହାର୍ଯ୍ୟ କରେ ବୋଲି ମତ ରଖିଥିଲେ ।ଯୋଗ ଅଭ୍ୟାସ ପରେ ସମସ୍ତଙ୍କୁ ଦୈନିକ ଯୋଗ କରାଇବା ନିମନ୍ତେ ଶପଥ ପାଠ କରାଇ ସମସ୍ତଙ୍କୁ ପ୍ରୋତ୍ସାହନ ଦେବା ସହ ସମାଜକୁ ଦିଗ ଦର୍ଶନ ଦେଇଥିଲେ l ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାରଙ୍କ ସମେତ ଜିଲ୍ଲା ଅଧିକାରୀ ଓ ପାରଳା ସହରର ମାନ୍ୟଗଣ୍ୟ ବ୍ୟକ୍ତିବିଶଷ ପ୍ରମୁଖ ଯୋଗ ଦେଇ ଯୋଗ ଦିବସର ତାତ୍ପର୍ଯ୍ୟ ଏବଂ ଏହାର ଆବଶ୍ୟକତା କିଭଳି ଅପରିହାର୍ଯ୍ୟ ତାହା ନିଜ ବକ୍ତବ୍ୟରେ ଅବଗତ କରାଇ ପ୍ରତ୍ୟେକେ ପ୍ରତିଦିନ ଅଭ୍ୟାସ କରିବାକୁ ଜଣାଇଥିଲେ l
ଏହି ଯୋଗ ଦିବସରେ ସମସ୍ତ ଅତିଥି ମାନଙ୍କ ଗହଣରେ ସ୍ଥାନୀୟ ଜନ ସାଧାରଣ, ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କୁ ଯୋଗ ପ୍ରଶିକ୍ଷକ ଆଶାଲତା ପାଣଗ୍ରାହୀ ଓ ବିଘ୍ନେଶ୍ୱର ଦାସ ଯୋଗ ଦାନ କରି ଯୋଗ ଶିକ୍ଷା ପ୍ରଦାନ କରିଥିଲେ l ପରେ ପରେ ଶ୍ୱେତାଶ୍ଵିନି ଶବର, ଜାତୀୟ ସ୍ତରର ସଫ୍ଟବଲ ଖେଳାଳି ଓ ରିଙ୍କୁ ମଣ୍ଡଳ, ପାରମ୍ପରିକ ନୃତ୍ୟ ଓ ବାଦ୍ୟ ଯନ୍ତ୍ର ଶିକ୍ଷକଙ୍କ ସମେତ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତି ବିଶଷ ଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିପରି ପାରଳା ସହରରେ ଇଣ୍ଡୋର ଷ୍ଟାଡିୟମ୍ ରେ ପାରଳା ବିଧାୟକ ଇଂ. ରୁପେଶ କୁମାର ପାଣିଗ୍ରାହୀ ଯୋଗଦେଇଥିଲେ,ବିଯୁକଲ୍ୟଣ ମଣ୍ଡପ, ସରକାରୀ ମହିଳା ସ୍ବାସ୍ଥ୍ୟ କର୍ମୀ ତାଲିମ୍ କେନ୍ଦ୍ର, ମହିଳା ମହାବିଦ୍ୟାଳୟ ବେତାଗୁଡା ଓ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ପ୍ରମୁଖ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟ କ୍ରମରେ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ସମେତ ଲୋକ ପ୍ରତିନିଧି, କ୍ରୀଡ଼ାବିତ, ଓ ସ୍ଥାନୀୟ ଜନ ସାଧାରଣ ଏଥିରେ ଅଂଶ ଗ୍ରହଣ କରିଥିଲେ l