ଓଡ଼ିଶା ପାଇଁ ୩୦,୫୯୫ କୋଟି ଟଙ୍କାର ନିବେଶ ପ୍ରସ୍ତାବ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଓଡ଼ିଶା ପାଇଁ ୩୦ ହଜାର, ୫୯୫ କୋଟି ଟଙ୍କାର ନିବେଶ ପ୍ରସ୍ତାବ ସୃଷ୍ଟି ହେବାକୁ ଯାଉଛି । ସୃଷ୍ଟି ହେବ ୪୮ ହଜାର ୩୯୦ ନିଯୁକ୍ତି, ଏନେଇ ଦିଲ୍ଲୀରେ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏଚସିଏଲ ଟେକ୍ କମ୍ପାନୀକୁ ଭୁବନେଶ୍ବରରେ ବ୍ରାଞ୍ଚ ଖୋଲିବାକୁ ପ୍ରସ୍ତାବ ଦେଇଛନ୍ତି ଓଡ଼ିଶା ସରକାର। ଓଡ଼ିଶାରେ ଏଚସିଏଲ ବିଶ୍ବବିଦ୍ୟାଳୟ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ୧୧ ଟି କମ୍ପାନୀ ସହ ୨୭ ହଜାର ୫୯୫ କୋଟି ଟଙ୍କାର ନିବେଶ ପାଇଁ ଏମଓୟୁ ହୋଇଥିବା ବେଳେ ଅନ୍ୟ ୧୪ କମ୍ପାନୀ ସହ ୩ ହଜାର କୋଟିର ନିବେଶ ପାଇଁ ଚୁକ୍ତି ହୋଇଛି ।

ନିବେଶକଙ୍କୁ ପୁଞ୍ଜିନିବେଶ ପାଇଁ ଓଡିଶାକୁ ଆକୃଷ୍ଟ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି । ସୋମବାର ପ୍ରଥମ ଦିନରେ ଦିଲ୍ଲୀ ନୋଏଡାର ଏଚସିଏଲ ଟେକ୍ କ୍ୟାମ୍ପସକୁ ଯାଇଥିଲେ । ଏଠାରେ ଏଚସିଏଲ ଟେକ୍ନୋଲୋଜିର ମୁଖ୍ୟ ରୋଶନୀ ନଦର ମାଲହୋତ୍ରାଙ୍କୁ ଭେଟି ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here