ଆଜିଠୁ ପୁଣି ଆରମ୍ଭ IPL

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଆଜିଠୁ ପୁଣି ବାଜିବ IPL ବିଗୁଲ । ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଯୋଗୁଁ ସପ୍ତାହକ ପାଇଁ ସ୍ଥଗିତ ହୋଇଥିଲା IPLର ୧୮ତମ ସଂସ୍କରଣ । ଏବେ ପୁଣିଥରେ ଫଟାଫଟ କ୍ରିକେଟ୍‌ର ରୋମାଞ୍ଚ ଫେରିଛି । ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଏହି ମୁକାବିଲା KKR ପାଇଁ କର ବା ମର ସ୍ଥିତି ରହିବ । ମ୍ୟାଚ୍ ହାରିଲେ ପ୍ଲେ-ଅଫ୍ ଟିକେଟ୍ କଟିବା ଏକ ପ୍ରକାର ନିଶ୍ଚିତ ହେବ । ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଅଛି RCB । ଦଳ ୮ଟି ମ୍ୟାଚ୍ ଜିତି ୧୬ ପଏଣ୍ଟ ସହ ଦ୍ୱିତୀୟରେ ରହିଛି । ଆଉ ଗୋଟିଏ ମ୍ୟାଚ୍ ଜିତିଲେ ଫ୍ଲେ-ଅଫ୍ ଟିକେଟ୍ କାଟିବ ଦଳ ।

LEAVE A REPLY

Please enter your comment!
Please enter your name here