୩ ଦିନ ଯାଏଁ ନିଆଁ ବର୍ଷା

0
Oplus_131072

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଏପ୍ରିଲ ଆରମ୍ଭ ନହେଉଣୁ ତତଲା କଡେଇରେ ଭାଜି ହେଉଛି ସାରା ଓଡିଶା । ପ୍ରବଳ ଖରାରେ ସନ୍ତୁଳି ହେଉଛି ସାରା ରାଜ୍ୟ l ହିଟ୍ ୱେବ୍ ନେଇ ଜାରି ହେଲା ରେଡ ଆଲର୍ଟ। ପ୍ରବଳ ହିଟ୍ ୱେବ୍ କଣ୍ଡିସନ୍ ପାଇଁ ରାଜ୍ୟରେ ଜାରି ହେଲା ରେଡ ଆଲର୍ଟ। ପ୍ରତିଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ହେଲେ ଗରମ ସାଙ୍ଗକୁ ଅଣାୟତ୍ତ କରୁଚି ହିଟ୍ ୱେବ୍ । ଦିନରେ ଝାଞ୍ଜି ପବନ ଓ ଲୁ କଲବଲ କରୁଛି। ଏମିତିକି ଦିନରେ ଘରୁ ବାହାରିବା ମୁସ୍କିଲ ହୋଇଚି। ହେଲେ ଏଥର ବଳି ଯାଇଛି ଅବଧି। ଗତ ୧୩ ତାରିଖରୁ ହିଟ୍ ୱେବ୍ ସ୍ଥିତି ଦେଖିବାକୁ ମିଳିଥିବାବେଳେ ଆହୁରି ୪ ଦିନ ଯାଏଁ ଏଭଳି ସ୍ଥିତିରୁ ନିସ୍ତାର ମିଳିବ ନାହିଁ ବୋଲି ସତର୍କ କରିଛି ପାଣିପାଗ ବିଭାଗ। ପୂର୍ବରୁ ମାର୍ଚ୍ଚ, ଏପ୍ରିଲ, ମେ ତିନି ମାସ ପ୍ରବଳ ଖରା ଗରମ ସାଙ୍ଗକୁ ହିଟ୍ ଅବଧି ଅଧିକ ଦିନ ରହିବ ବୋଲି ଆଗୁଆ ସତର୍କ କରିଥିଲା ଭାରତୀୟ ପାଣିପାଗ ବିଭାଗ। ଆଜି ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ଜିଲ୍ଲାକୁ ରେଡ ଆଲର୍ଟ ଜାରି ହେବା ସହ ସୁନ୍ଦରଗଡ, ସୋନପୁର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଉପକୂଳର ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେପଟେ ଦିନ ୨ଟା ସୁଦ୍ଧା ଆଜି ପାରଦ ୪୨ ଡିଗ୍ରୀ ଛୁଇଁଲା। ଦିନ ୨ଟା ୩୦ ସୁଦ୍ଧା ଆଜି ତାପମାତ୍ରା ୪୨ ଡିଗ୍ରୀ ପାର କରିଛି। ଆଜି ପାଇଁ ଝାରସୁଗୁଡ଼ା, ସମ୍ବଲପୁର, କଳାହାଣ୍ଡି ପାଇଁ ରେଡ ଆଲର୍ଟ ଜାରି ହୋଇଛି। ଏହି ଜିଲ୍ଲାଗୁଡିକରେ ସିଭୀୟର ହିଟ୍ ୱେବ୍ କଣ୍ଡିସନ ନେଇ ସତର୍କ କରିଛି ପାଣିପାଗ ବିଭାଗ। ଉତ୍ତର ଉପକୂଳ ସହ ଆଭ୍ୟନ୍ତରୀଣରେ ଓରେଞ୍ଜ ଓ ୟେଲୋ ଆଲର୍ଟ। ସୁନ୍ଦରଗଡ, ସୋନପୁର, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି ଜାରି ହୋଇଛି। ସଂପୂର୍ଣ୍ଣ ଉତ୍ତର ଉପକୂଳ ଓଡ଼ିଶାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୧୭ ତାରିଖରେ ରାଜ୍ୟର ୯ ଜିଲ୍ଲାକୁ ବାଦ୍ ଦେଲେ ବାକି ସମସ୍ତ ଜିଲ୍ଲାକୁ ଆଲର୍ଟ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଆହୁରି ୩ ଦିନ ଯାଏଁ ନାହିଁ ନିସ୍ତାର l

LEAVE A REPLY

Please enter your comment!
Please enter your name here