ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲା କାଶୀନଗର ଜଗନ୍ନାଥ ମନ୍ଦିର ଠାରେ ଏନଏସି ତରଫରୁ ଜଗନ୍ନାଥ ରଥ ପରିକ୍ରମା ପ୍ରକଳ୍ପ ଗୁରୁବାର ଉଦ୍ଘାଟନ ହୋଇଯାଇଛି । ଏନଏସି ନିର୍ବାହୀ ଅଧିକାରୀ ଭଗବତ ସାହୁଙ୍କ ଅଧ୍ୟକ୍ଷତାରେ ଉକ୍ତ କାର୍ଯ୍ୟକ୍ରମ ହୋଇଥିବା ବେଳେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ G ତିରୁପତି ରାଓ ଉଦ୍ଘାଟନ କରିଥିଲେ । କାଶୀନଗର ଲକ୍ଷ୍ମୀ ନାରାୟଣ କୀର୍ତ୍ତନ ମଣ୍ଡଳୀ ଓ ମାଜଲା ସାହି କୀର୍ତ୍ତନ ମଣ୍ଡଳୀ ପକ୍ଷରୁ ସଂକୀର୍ତ୍ତନ କରି ବହୁ ଭକ୍ତିର ସହ ରଥକୁ ପାଛଟି ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଗତ ଦୁଇଦିନ ଧରି ହୋଇଥିବା ବେଳେ ଶତାଧିକ ଶ୍ରଦ୍ଧାଳୁମାନେ ଭକ୍ତିର ସହ ପ୍ରଭୁ ଜଗନ୍ନାଥଙ୍କ ଗୀତ ଗାନ କରି ୧୩ଟି ୱାର୍ଡ ପରିକ୍ରମା କରିଥିଲେ । ଏହି ରଥ ପରିକ୍ରମାରେ ବହୁ ଯୁବପିଢୀ ଓ ଶ୍ରୀରାମ ଡିଗ୍ରୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା ସାମିଲ ହୋଇଥିଲେ । ଅର୍ପଣ ରଥର ଚାଉଳ ଓ ଗୁଆକୁ ଜଗନ୍ନାଥ ମଠ ପରିସରରେ ରଖାଯିବ ବୋଲି ଅଧ୍ୟକ୍ଷା ସୁଧାରାଣୀ କହିଛନ୍ତି । ରଥ ପରିକ୍ରମା ବେଳେ ସହାୟତା କ୍ଷେତ୍ରରେ କାଶୀନଗର ପୋଲିସ କର୍ମଚାରୀ ମୁତୟନ ହୋଇଥିଲେ ।