ଭିଜିଲାନ୍ସ ଜାଲରେ ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଭିଜିଲାନ୍ସ ଜାଲରେ ଜଟଣୀ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଆଜି ବଡ଼ି ଭୋରରୁ ତାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ କାର୍ଯ୍ୟାଳୟ ସମେତ ତାଙ୍କର ଗଞ୍ଜାମ ସୋରଡ଼ା ସ୍ଥିତ ବାସ ଭବନ, ଅଫିସ୍ କାର୍ଯ୍ୟାଳୟରେ ଚଢ଼ଉ କରୁଛି ଭିଜିଲାନ୍ସ ଟିମ୍। ଜଟଣୀ ସ୍ଥିତ ଅଫିସ୍ କାର୍ଯ୍ୟାଳୟରେ ବର୍ତ୍ତମାନ ଚଢ଼ଉ ଜାରି ରହିଛି।ଏଣେ ସୋରଡ଼ାରେ ତାଙ୍କର ତିନିଟି ଘର ରହିଛି, ଯାହାକୁ ସେ ଭଡ଼ା ସୂତ୍ରରେ ଦେଇଥିବାର ସୂଚନା ରହିଛି। ‌ତେଣେ ତାଙ୍କ ସଂପର୍କୀୟଙ୍କ ଘରେ ବି ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here