ବିପ୍ଲବୀ ପରିକ୍ରମା ବ୍ୟୁରୋ :- ପୁଣି ଖୋର୍ଦ୍ଧା ବିଜେଡିକୁ ଲାଗିଲା ଝଟ୍କା । ବିଜେଡି ଛାଡ଼ିଲେ ଅରବିନ୍ଦ ଢାଲି । ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି । ଆସନ୍ତାକାଲି ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ରହିଛି । ବିଜେଡିରୁ ଇସ୍ତଫା ପରେ ଅରବିନ୍ଦ ଢାଲି କହିଛନ୍ତି ଘରବାହୁଡ଼ା କରିବି ।
‘ଆସନ୍ତାକାଲି ବିଜେପିରେ ଯୋଗ ଦେବି । କଣ ଦାୟିତ୍ୱ ଦିଆଯିବ ତାହା ଦଳ ନିଷ୍ପତ୍ତି ନେବ । ନିର୍ବାଚନ ଲଢ଼ିବି, ନ ଲଢ଼ିବି ତାହା ଦଳ ନିଷ୍ପତ୍ତି ନେବ । ଲୋକଙ୍କ ମତାମତ ଗ୍ରହଣ କରି ନିଷ୍ପତ୍ତି ନେଇଛି ।’ତେବେ ଆଗକୁ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜ୍ୟ ରାଜନୀତି ସରଗରମ ହେଉଛି । ଗୋଟିଏ ପରେ ଗୋଟିଏ ନେତା ବିଜେଡି ଛାଡ଼ି ବିଜେପିରେ ସାମିଲ ହେଉଛନ୍ତି । ଅରବିନ୍ଦ ଢ଼ାଲି ମଧ୍ୟ ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ କରିଥିବା ବେଳେ ଖୋର୍ଦ୍ଧାରେ ବିଜେଡି ଦୁର୍ବଳ ହେବାରେ ଲାଗିଛି ବୋଲି କୁହାଯାଉଛି । କାରଣ ଦୁଇ ଦିନ ପୂର୍ବରୁ ବାହୁବଳୀ ନେତା ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସେ ଏବେ ଚିଲିକା ବିଧାନସଭାର ବିଧାୟକ ରହିଛନ୍ତି ।
ଜେପିର ରାଜ୍ୟ ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି, ସାଂସଦ ଅପରାଜିତା ଷଡଙ୍ଗୀ, ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ପଦ୍ମ ଧରିଥିଲେ ପ୍ରଶାନ୍ତ। ଏହାପୂର୍ବରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ଯାହାକି ରାଜ୍ୟ ରାଜନୀତିକୁ ସବୁଠାରୁ ବେଶି ଚର୍ଚ୍ଚାର ଖୋରାକ ଯୋଗାଇଥିଲା । କହିବାକୁ ଗଲେ ଏବେ ବିଜେପି ମୁହାଁ ବିଜେଡି ବିଦ୍ରୋହୀ। ୨୧ରେ ପ୍ରଦୀପ ପାଣିଗ୍ରାହୀ। ୨୫ରେ ଦେବାଶିଷ ନାୟକ। ତାପରେ ପ୍ରଶାନ୍ତ ଜଗଦ୍ଦେବ।ସେହିଭଳି ରାଜ୍ୟରେ କଂଗ୍ରେସକୁ ମଧ୍ୟ ଗୋଟିଏ ପରେ ଗୋଟିଏ ଝଟ୍କା ଲାଗୁଛି । ଗତକାଲି ଦଳ ଛାଡ଼ିଛନ୍ତି ପିସିସି ଉପସଭାପତି ରଜତ ଚୌଧୁରୀ।