ଓଡିଶା ଆସୁଛନ୍ତି ଜେ.ପି ନଡ୍ଡା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ଏପ୍ରିଲ ୧୨ ତାରିଖରେ ଓଡ଼ିଶା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡା । ନଡ୍ଡାଙ୍କ ଗସ୍ତ ସମ୍ପର୍କରେ ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଏହି ଗସ୍ତ ସମୟରେ ବିଭିନ୍ନ ସରକାରୀ ପ୍ରକଳ୍ପର ଉଦଘାଟନ କରିବା ସହ ବିଜେପିର ସାଙ୍ଗଠନିକ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ ।

କାହିଁକି ଘୁଞ୍ଚି ଘୁଞ୍ଚି ଯାଉଛି ପଦ୍ମ ଦଳର ସଭାପତିଙ୍କ ନାଁ ଘୋଷଣା ? ବିବାଦ ନାଁ ଅନ୍ୟ କିଛି…ସବୁଠୁ ବଡ଼ କଥା ହେଲା, ଜେପି ନଡ୍ଡାଙ୍କ ଓଡ଼ିଶା ଗସ୍ତ ପରେ ହିଁ ବିଜେପି ରାଜ୍ୟ ସଭାପତି ନାଁ ଘୋଷଣା ହେବ ବୋଲି ସୂଚନା ମିଳିଛି । ଏପ୍ରିଲ ୧୪ ତାରିଖ ପରେ ବିଜେପି ରାଜ୍ୟ ସଭାପତି ନାଁ ଘୋଷଣା ହେବାର ସମ୍ଭାବନା ରହିଛି । ସୂଚନା ଅନୁସାରେ, ପ୍ରଥମେ ଘୋଷଣା ହୋଇପାରେ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ନାଁ, ଏହାପରେ ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ହେବା ନେଇ ସୂଚନା ରହିଛି । ହେଲେ ଏବେ ପ୍ରଶ୍ନ, ମାର୍ଚ୍ଚ ଶେଷ ସୁଦ୍ଧା ସଭାପତି ଚୟନ ହେବା ନେଇ କୁହାଯାଉଥିବା ବେଳେ କାହିଁକି ପଦ୍ମ ଘୁଂଚିଲା ? ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଗତମାସ ବିଜେପି ରାଜ୍ୟ ସଭାପତି ଚୟନ ବିଳମ୍ବ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର କହିଥିଲେ ୩୧ ମାର୍ଚ୍ଚ ପୂର୍ବରୁ ବିଜେପି ରାଜ୍ୟ ସଭାପତି ନାଁ ଘୋଷଣା ହେବ ।

ରାଜ୍ୟ ବିଜେପି ସଭାପତି କିଏ ହେବେ, ଏପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ନିର୍ଦ୍ଦେଶ ଆସିନାହିଁ । ଏନେଇ ଶୀଘ୍ର ନିର୍ଣ୍ଣୟ ନେବେ ବିଜେପି ଜାତୀୟ ନେତୃତ୍ବ । ୧୫ ମାର୍ଚ୍ଚ ପୂର୍ବରୁ ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ କେନ୍ଦ୍ର ଏବଂ ଓଡିଶା ଦାୟିତ୍ୱରେ ଥିବା ସଞ୍ଜୟ ଜୟଶ୍ୱାଲଙ୍କ ସହ ଆମେ ଆଲୋଚନା କରାଯିବ ବୋଲି ପ୍ରଭାରୀ ବିଜୟ ପାଲ ସିଂ କହିଥିଲେ । ସେପଟେ ବିଭିନ୍ନ ବୋର୍ଡ ଏବଂ ନିଗମ ନିଯୁକ୍ତି ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଥିଲେ ରାଜ୍ୟ ପ୍ରଭାରୀ । ଖାଲି ଏତିକି ନୁହେଁ ବରଂ ପୁଣି ଥରେ ବୟାନ ଆସିଥିଲା କି ମାର୍ଚ୍ଚ ଶେଷ ସୁଦ୍ଧା ସଭାପତି ଚୟନ ହେବ ବୋଲି । ହେଲେ ଏବେ ପୁଣି ଥରେ ଏପ୍ରିଲ ୧୪ ତାରିଖ ପରେ ନାଁ ଘୋଷଣା ହେବା ନେଇ ଖବର ଆସିବା ପରେ ଚର୍ଚ୍ଚା ବଢିଛି ।

LEAVE A REPLY

Please enter your comment!
Please enter your name here