ଯୁବ ଓଡିଶା ,ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଯୁବ ଓଡିଶା ,ନବୀନ ଓଡିଶା କାର୍ଯ୍ୟକ୍ରମ ମୀନକେତନ ସ୍ନାତକ ମହାବିଦ୍ୟାଳୟ ,ଗୁରାଣ୍ଡି ରେ ଆଜି ଉଦ୍ଘାଟନ ହେଇସାରିଛି |ପଣ୍ଡିତ ,ଗୁରୁ ଶ୍ରୀ ରଘୁନାଥ ପାତ୍ର ମୁଖ୍ୟ ବକ୍ତା ରୂପେ ଯୋଗଦେଇ ଯୁବପିଢ଼ି ମାନକୁ କଳା ,ସଂସ୍କୃତି ର ମୁଖ୍ୟ ଆଭିମୁଖ୍ୟ ବିଷୟ ରେ ନିଜର ମତ ପ୍ରକାଶ କରିଥିଲେ ଏବଂ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନକୁ କଳା ସଂସ୍କୃତି କ୍ଷେତ୍ର ରେ ବିପୁଳ ପରିମାଣ ରେ ଅଂଶ ଗ୍ରହଣ କରି ନିଜର ପାରଦର୍ଶିତା କୁ ପ୍ରଦର୍ଶନ କରିବା ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ବୋଲି ନିଜର ଅଭିଭାଷଣ ରେ ମତ ରଖିଥିଲେ | ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ଜି .ନାଗେଶ୍ୱର ରାଓ ଛାତ୍ର ,ଛାତ୍ରୀ ମାନକୁ କଳା ,ସଂସ୍କୃତି ,କ୍ରୀଡା ପ୍ରତି ଥିବା ଗୁରୁତ୍ୱ ବର୍ଣ୍ଣନା କରିଥିଲେ ଯାହା ଦ୍ୱାରା ଶରୀର ସୁସ୍ଥ ରହିବ କଥା ବି ଛାତ୍ର ଛାତ୍ରୀ ମାନକୁ କହି ନିଜର ଅଭିଭାଷଣ ରଖିଥିଲେ | ନୋଡାଲ ଅଫିସର ତଥା ରାଜନୀତି ବିଜ୍ଞାନ ର ଅଧ୍ୟାପକ ପ୍ରତ୍ୟେକ ମାନବ କଳା ସଂସ୍କୃତି ର ଅଂଶବିଶେଷ | ପ୍ରତ୍ୟେକ ର ପ୍ରତିଭା ରହିଛି ଲୁକାୟିତ ଅବସ୍ଥା ରେ ସେହି ପ୍ରତିଭା କୁ ପ୍ରଦର୍ଶନ କରିବା ପାଇଁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ପ୍ରତିଧ୍ୱନ୍ଦିତା ଶୁବର୍ଣ୍ଣ ସୁଯୋଗ |ସୁନିତା ବେହେରା ଇତିହାସ ବିଭାଗ ର ଅଧ୍ୟାପିକା ଅତିଥି ପରିଚୟ ଦେଇଥିବା ବେଳେ ,ଇଂରାଜୀ ବିଭାଗ ର ଅଧ୍ୟାପିକା ମିନାକ୍ଷୀ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ | ଅର୍ଥନୀତି ବିଭାଗ ର ଅଧ୍ୟାପକ ଲମ୍ଭୋଦର ରାଉତ ଉକ୍ତ କାର୍ଯ୍ୟକ୍ରମ ରେ ବିପୁଳ ପରିମାଣ ରେ ଯୋଗଦେବାପାଇଁ ଛାତ୍ର ଛାତ୍ରୀ ଙ୍କୁ ଅନୁରୋଧ କରିଥିଲେ | ତେଲୁଗୁ ଅଧ୍ୟାପକ ଭାନୁଶ୍ରୀ ଉକ୍ତ କାର୍ଯ୍ୟକ୍ରମ ପ୍ରତି ଛାତ୍ର ଛାତ୍ରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ମହାବିଦ୍ୟାଳୟ ର ଅନନ୍ୟ ସମସ୍ତେ ଅଧ୍ୟାପକ ,ଅଧ୍ୟାପିକା ,ସମସ୍ତ କର୍ମଚାରୀ ,ବିପୁଳ ଛାତ୍ର ,ଛାତ୍ରୀ ଯୋଗଦେଇଥିଲେ | ବହୁତ ଛାତ୍ର ଛାତ୍ରୀ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ |

LEAVE A REPLY

Please enter your comment!
Please enter your name here