କରଞ୍ଜିଆ ( ବିପ୍ଲବୀ ପରିକ୍ରମା ):- କରଞ୍ଜିଆ ସହର ସ୍ଥିତ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ବିଭାଗ ଦ୍ବାରା ବୁଧବାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ପୃଷ୍ଟିଙ୍କ ଅଧ୍ଯକ୍ଷତା ରେ ବିଶ୍ବ ରେଡକ୍ରସ ଦିବସ ଯୁବ ରେଡକ୍ରସ ସ୍ବେଚ୍ଛାସେବୀଙ୍କ ଦ୍ବାରା ଅନୁଷ୍ଠିତ ହୋଇ ଯାଇଛି ।
ଓଡ଼ିଆ ଅଧ୍ୟାପକ ଓ ଯୁବ ରେଡକ୍ରସ ବିଭାଗ ର ପରାମର୍ଶ ଦାତା ମାନସ ରଞ୍ଜନ ବେହେରାଙ୍କ ନେତୃତ୍ବ ରେ ଯୁକ୍ତ ଦୁଇ ପ୍ରଥମ ବର୍ଷ ର ଇତିଶ୍ରୀ ତନୟା , ଉର୍ମିମାଳା, ଦୀପା , ନାଗୀ, ମାନସୀ,ମାଳତୀ,ସୀମାରାଣୀ ଙ୍କ ସହ ରାଜନୀତି ବିଜ୍ଞାନ ଅଧ୍ୟାପିକା ରୀମା ସେଠୀ ଡି ଇ ଓ ମହେଶ୍ବର ମହାନ୍ତ ଉପସ୍ଥିତ ରହି ସ୍ଥାନୀୟ ଅଙ୍କୁରା ଛକରେ ପଥଚାରୀ ମାନଙ୍କୁ ଥଣ୍ଡା ସରବତ ବାଣ୍ଟି ଥିଲେ ।
ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତ୍ୟେକ କାର୍ଯ୍ୟକ୍ରମ କୁ ସୁନ୍ଦର କରିବା ପରି ଏ କାର୍ଯ୍ୟକ୍ରମ କୁ ମଧ୍ଯ ସରସ ସୁନ୍ଦର କରିବା ପାଇଁ ଭୀମସେନ ବେହେରା ସହଯୋଗ କରିଥିଲେ l