ଗଜପତି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିର ସାମ୍ବାଦିକ କୁଞ୍ଜବିହାରୀ ବଡକୁମରଙ୍କ ଝିଅ ରଶ୍ମିରଞ୍ଜନୀଙ୍କୁ ଯୌତୁକ ଜନିତ ହତ୍ୟା ଘଟଣାର ସଠିକ୍ ତଦନ୍ତ କରାଯିବା ଏବଂ ଅଭିଯୁକ୍ତମାନଙ୍କୁ ଆଇନ ଅନୁଯାୟୀ ଉଚିତ ଦଣ୍ଡବିଧାନ ଦେବା ଦାବିରେ ଶୁକ୍ରବାର ସନ୍ଧ୍ୟା ସମୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ହୋଇଥିଲା । ସ୍ଥାନୀୟ ରାଜନହର ଠାରେ ମୃତ ରଶ୍ମିରଞ୍ଜନୀଙ୍କ ଫୋଟଚିତ୍ର ନିକଟରେ କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏହାପରେ କ୍ୟାଣ୍ଡେଲ୍ ଶୋଭାଯାତ୍ରାରେ ବାହାରି ରାଜଦାଣ୍ଡ ପରିକ୍ରମା କରିଥିଲେ । ମୃତ ରଶ୍ଣିଙ୍କୁ ନ୍ୟାୟ ଦେବାକୁ ହେଲେ ଅଭିଯୁକ୍ତଙ୍କୁ କୋଠରରୁ କୋଠର ଦଣ୍ଡବିଧାନ ଦେବା ସହ ଯୌତୁକ ଜନିତ ହିଂସା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ନାରୀ ମାନଙ୍କ ସୁରକ୍ଷା ଦେବା ଆଦି ସ୍ଲୋଗାନମାନ ଦେଇଥିଲେ ।
ସୂଚନାଯୋଗ୍ୟ ଯେ, ରଶ୍ମିରଞ୍ଜନୀ ଚନ୍ଦ୍ରପୁରର କନଷ୍ଟେବଲ ଭାବେ କାର୍ଯ୍ୟରତ ଦେବାଶିଷ ମାଝୀଙ୍କୁ ଗତ ୭ମାସ ପୂର୍ବେ ବିବାହ କରିଥିଲେ । ବିବାହ ପରଠାରୁ ଦେବାଶିଷଙ୍କ ସମେତ ତାଙ୍କ ପରିବାରବର୍ଗ ଅଧିକା ଯୌତୁକ ଦାବି କରି ଆସୁଥିଲେ । ତେବେ ଗୁଣୁପୁରରେ ଏକ ଭଡାଘରେ ଗତ ୯ ତାରିଖ ଦିନ ରଶ୍ମିରଞ୍ଜନୀଙ୍କୁ ତାଙ୍କ ସ୍ବାମୀ, ଶାଶୁ ଓ ଶଶୁର, ତିନି ନଣନ୍ଦ ଓ ଦୁଇ ମାଉସୀ ଶାଶୁଙ୍କୁ ମିଶାଇ ମୋଟ 8ଜଣଙ୍କ ବିରୁଦ୍ଧରେ ହତ୍ୟା କରିଥିବାର ଥାନାରେ ଅଭିଯୋଗ ହୋଇଥିଲା ।
ଯାହାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ତଦନ୍ତ କରି ସ୍ବାମୀ ଦେବାଶିଷ, ଶାଶୁ ଚନ୍ଦ୍ରମା ଓ ଶଶୁର ଶରତଙ୍କୁ ଗିରଫ କରିଥିଲା ।