କାଦମ୍ବିନୀ ରୌପ୍ୟ ଜୟନ୍ତୀ
ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ତନୁ ତ୍ରିପାଠୀ ଓ ସାଥୀଙ୍କ ଦ୍ୱାରା ବଂଶୀବାଦନ ଏବଂ ଉଦ୍ଘାଟନ ଉତ୍ସବରେ ଉଦ୍ଘାଟକ ଓ ମୁଖ୍ୟ ଅତିଥି : ଶ୍ରୀଯୁକ୍ତ ରଘୁବର ଦାସ, ମହାମହିମ ରାଜ୍ୟପାଳ, ଓଡ଼ିଶା ଏବଂ ସମ୍ମାନିତ ଅତିଥି : ଶ୍ରୀଯୁକ୍ତ ଅନନ୍ତ ମହାପାତ୍ର, ବରିଷ୍ଠ ନାଟ୍ୟକାର ଏବଂ ସଭାପତି ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ, ସ୍ବାଗତ ଭାଷଣ ରଖିଥିଲେ ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତ, ପ୍ରତିଷ୍ଠାତା ‘କାଦମ୍ବିନୀ’ ଓ ‘ଜୁନିକଥା’ ଏବଂ ସମ୍ପାଦକୀୟ ବିବରଣୀ ଓ ଧନ୍ୟବାଦ ଅର୍ପଣ : ଡକ୍ଟର ଇତି ସାମନ୍ତ, ସମ୍ପାଦିକା ” କାଦମ୍ବିନୀ’ ଓ ‘କୁନିକଥା’ ଆଲୋଚନା ଅଧିବେଶନ ହୋଇଥିଲା ୨୫ ବର୍ଷର ଯାତ୍ରା ଓ ‘କାଦମ୍ବିନୀ’ (ଭାଷା-ସାହିତ୍ୟ, କଳା-ସଂସ୍କୃତି, ଶିକ୍ଷା) ଏଥିରେ ଆଲୋଚକ ଥିଲେ ପ୍ରଫେସର ସବିତା ପ୍ରଧାନ, କୁଳପତି, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଡକ୍ଟର ଅର୍ଜନା ନାୟକ, ବିଶିଷ୍ଟ ସାହିତ୍ୟିକା,ଶ୍ରୀଯୁକ୍ତ ହିମାଂଶୁ ଶେଖର ଖଟୁଆ, ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ, ଶ୍ରୀଯୁକ୍ତ ପରମେଶ୍ଵର ମୁଣ୍ଡ, ବିଶିଷ୍ଟ ସାହିତ୍ୟିକ, ଗବେଷକ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ପାଲିତ, ବିଶିଷ୍ଟ ସଙ୍ଗୀତଜ୍ଞ ଡକ୍ଟର ସ୍ନେହପ୍ରଭା ସାମନ୍ତରାୟ, ବିଶିଷ୍ଟ ନୃତ୍ୟଗୁରୁ l
ପଚିଶି ବର୍ଷରେ ପହଞ୍ଚିଲା କାଦମ୍ବିନୀ ଏହି ଅବସରରେ ପଚିଶ ଜଣ ଯୁବ ଲେଖକଙ୍କୁ କାଦମ୍ବନି ତରଫରୁ ସ୍କୋଲରସିପ ଦିଆଯିବ ବୋଲି ଅଚୁତ ସାମନ୍ତ କହିଛନ୍ତି l