୨୩ ଯାଏଁ କାଳବୈଶାଖୀ ବର୍ଷା

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ରାଜ୍ୟରେ କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହୋଇଥିବା ବେଳେ ଆସନ୍ତା ୨୩ ତାରିଖ ଯାଏଁ କାଳବୈଶାଖୀ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାୟୁମଣ୍ଡଳ ଉପରିଭାଗରେ ରହିଛି ଏକ ଲଘୁଚାପ ପ୍ରଭାବ । ଏଥିସହ ଉତ୍ତର ପଶ୍ଚିମ ଭାରତରେ ରହିଛି ଏକ ଟ୍ରାପ ଲାଇନ୍ । ଫଳରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଛି ବୋଲି ପାଣିିପାଗ ବିଭାଗ ସୂଚନା ଦେଇଛି । ସେପଟେ ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ନେଇ ୪ ଜିଲ୍ଲା ମୟୂରଭଞ୍ଜ,ବାଲେଶ୍ୱର , କେନ୍ଦୁଝର, ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ବିଭାଗ । ସେହିପରି କେତେକ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୫୦-୬୦ କିଲୋମିଟର ରହିବ । କାଁଭାଁ ସ୍ଥାନରେ କୁଆ ପଥର ବର୍ଷା ସମ୍ଭାବନା ଦେଇଛି ବିଭାଗ । ସେହିପରି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ସେହି ଜିଲ୍ଲାଗୁଡିକ ହେଲା ଝାରସୁଗୁଡା, ସମ୍ବଲପୁର, ଦେବଗଡ, ଅନୁଗୋଳ, ଢେଙ୍କାନାଳ, ଭଦ୍ରକ, ବରଗଡ, ସୋନପୁର ,ବୌଦ୍ଧ ଓ ଯାଜପୁର ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି । ଏଥିସହ କେତେକ ସ୍ଥାନରେ ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ରହିବ ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର ।

 

ତେବେ ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,” ବିଜୁଳି ଘଡ଼ଘଡ଼ି ସହ ବର୍ଷାକୁ ନେଇ ୭ ଜିଲ୍ଲାକୁ ଅରେଞ୍ଜ ଓ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଭଳି ପାଗ ଆସନ୍ତା ୨୩ ତାରିଖ ଯାଏଁ ରହିବ । ୧୪ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାୟୁମଣ୍ଡଳ ଉପରିଭାଗରେ ରହିଛି ଲଘୁଚାପ ପ୍ରଭାବ । ଏଥିସହ ଉତ୍ତର ପଶ୍ଚିମ ଭାରତରେ ରହିଛି ଏକ ଟ୍ରାପ ଲାଇନ୍ । ଯାହାଫଳରେ ରାଜ୍ୟରେ କାଳବୈଶାଖୀ ବର୍ଷା ହେଉଛି । କେତେକ ସ୍ଥାନରେ ପବନର ବେଗ ୭୦-୭୫ କିଲୋମିଟର ଯାଏଁ ବି ରହିପାରେ ।”

LEAVE A REPLY

Please enter your comment!
Please enter your name here