କରଞ୍ଜିଆ ସାର୍ଟିନ ଘରୋଇ ସଂସ୍ଥା ଟଙ୍କା ଆଦାୟ ନାମରେ ମହିଳା ମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ, ଥାନାରେ ଅଭିଯୋଗ 

0
Oplus_131072

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ):- ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ଥିବା ଏକ ଘରୋଇମାଇକ୍ରୋ ଫାଇନାନ୍ସ ସଂସ୍ଥାରୁ ଏକ କୋଟି ରୁ ଉର୍ଦ୍ଧ ଟଙ୍କାର ଠକାମୀର ଶିକାର ହୋଇଥିବା ୫୦ ରୁ ଉର୍ଦ୍ଧ ମହିଳା ସମେତ ଗ୍ରାମବାସୀ ଥାନାର ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି | ତେବେ ସୂଚନା ଅନୁଯାୟୀ ସାର୍ଟିନ ନାମକ ଏକ ଘରୋଇମାଇକ୍ରୋ ଫାଇନାନ୍ସ ସଂସ୍ଥାରୁ ତାଟ ପଞ୍ଚାୟତ ବିଭିନ୍ନ ଗ୍ରାମର ପ୍ରାୟ ୨୨ ଟି ମହିଳା ଗ୍ରୁଫ ନାମରେ ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଠକାମୀର ଶିକାର ହୋଇଛନ୍ତି ମହିଳା | ତେବେ ଉକ୍ତ ସଂସ୍ଥା ରୁ ମହିଳା ମାନଙ୍କ ଅଜଣାନ୍ତାରେ ଜାଲି କାଗଜ ପତ୍ର ସହିତ ଜାଲି ଦସ୍ତଖତ କରି ଲକ୍ଷଲକ୍ଷ ଟଙ୍କା ଉଠାଇ ସୁଲେଖା ନାଏକ,ମଞ୍ଜୁଆ ଝରିଆଳ,ସୁଲତାନ ଖାତୁନ,ଫର୍ଜନା ଖାତୁନ, କୌତୁକ ନାଏକ ନେଇ ଫେରାର ହୋଇଯାଇଛନ୍ତି ବୋଲି ମହିଳା ମାନେ ଅଭିଯୋଗ କରିଛନ୍ତି | ତେବେ ଫାଇନାନ୍ସ କମ୍ପାନୀର କର୍ମଚାରୀ ଯାହାଙ୍କ ନାମ ଦେବ କିସ୍ତି ମାଗିବାକୁ ତାଟ ପଞ୍ଚାୟତ ର ଡୁମ୍ବିରିଆ ଗ୍ରାମକୁ ଯାଇଥିଲେ ହେଲେ ଲୋନ ବିଷୟରେ ମହିଳା ମାନେ ଜାଣି ନାହାଁନ୍ତି କହିବାରୁ ଉକ୍ତ କର୍ମଚାରୀ ସେମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କାରିଥିଲେ |ଯାହା ଫଳରେ ତାଟ ପଞ୍ଚାୟତର ମହିଳା ମାନେ ଏକତ୍ରିତ ହୋଇ କରଞ୍ଜିଆ ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ଥିବା ଉକ୍ତ ସଂସ୍ଥାର କାର୍ଯ୍ୟାଳୟ କୁ ଆସିଥିଲେ ଏ ବାବଦକୁ ବୁଝିବା ପାଇଁ ହେଲେ ସେଠାରେ ପୁଣି ସଂସ୍ଥାର କର୍ମଚାରୀ ମାନେ ମହିଳା ମାନଙ୍କୁ ଗାଳିଗୁଲଜ କରିଥିଲେ ଯାହା ଫଳରେ ମହିଳା ମାନେ ଉତ୍ୟକ୍ତ ହଇ କାର୍ଯ୍ୟାଳୟ ନିକଟରେ ହୋହାଲ୍ଲା କରିବା ସହିତ ସଂସ୍ଥାର କର୍ମଚାରୀଙ୍କୁ ଘେରିଥିଲେ | ଏ ବିଷୟରେ ଆମେ ଅଭିଯୋଗ ଆଣିଥିବା ମହିଳା ମାନଙ୍କ ପ୍ରତିକ୍ରିୟା ନେଇଥିଲୁ ତେବେ କଣ କହୁଛନ୍ତି ଶୁଣନ୍ତୁ l

Oplus_131072

ଏହା ଦେଖି ଘର ମାଲିକ କ୍ଷୀରଦ ମହାନ୍ତ ତାଙ୍କର ନିକଟରେ ଥିବା ଏକ ଅଲଡିଂ ଦୋକାନ ରେ ସଙ୍ଗେ ସଙ୍ଗେ ଦେବ ନାମକ ଯୁବକକୁ ନେଇ ଲୁଚେଇ ଦେଇଥିଲେ | ପରେ ମହିଳା ମାନେ ଜାଣିବାକୁ ପାଇଥିଲେ କି ଉକ୍ତ ଯୁବକ ସେହି ଅଲଡିଂ ଦୋକାନ ରେ ଅଛି ସମସ୍ତ ମହିଳା ଯାଇ ତାଙ୍କୁ ସେଠାରୁ ଆଣିଥିଲେ |ପରେ ଉଭୟ ସଂସ୍ଥାର ମ୍ୟାନେଜର ଏବଂ କର୍ମଚାରୀ ଦେବ କୁ ସେଠାରୁ ଚଲେଇ ଚଲେଇ କରଞ୍ଜିଆ ଥାନାକୁ ଆଣିଥିଲେ ଏବଂ ଥାନାରେ ମହିଳା ମାନେ ଏକ ଲିଖିତ ଅଭିଯୋଗ କରିଛନ୍ତି | ଏନେଇ କରଞ୍ଜିଆ ପୋଲିସ ଲିଖିତ ଅଭିଯୋଗ ଅନୁସାରେ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି |ତେବେ ଏ ବାବଦରେ ମଧ୍ୟ ଆମେ ଉକ୍ତ ସଂସ୍ଥାର ମ୍ୟାନେଜରଙ୍କ ପ୍ରତିକ୍ରିୟା ନେଇଥିଲୁ ତେବେ କଣ କହୁଛନ୍ତି ଘଟଣା କୁ ନେଇ ଶୁଣନ୍ତୁ l

Oplus_131072

ତେବେ ମହିଳାଙ୍କୁ ଲୋନ କିସ୍ତି ଆଦାୟ ନାମରେ ଏପରି ରାତିରେ ତାଙ୍କ ଘରକୁ ଯାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ଲୋନ ନାମରେ ମହିଳାଙ୍କୁ ହାରାଷମେଣ୍ଟ କରୁଥିବା ଲୋନ କର୍ମଚାରୀଙ୍କ ବିରୋଧ ରେ ପୋଲିସ କଣ ପଦକ୍ଷେପ ନଉଛି ତାହା ଦେଖିବାକୁ ବାକି ରହିଲା l

LEAVE A REPLY

Please enter your comment!
Please enter your name here