ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୟୁରଭଞ୍ଜ ଜିଲ୍ଲା ପାଞ୍ଚପୀଡ଼ ରେ ଦୋଳ ଯାତ୍ରା ଆରମ୍ଭ ହୋଇଛି ଯାହାକି ଏହା ପନ୍ଦର ଦିନ ଧରି ଚାଲୁଥିବା ବେଳେ ପ୍ରଥମ ଦିନରେ ଉପଖଣ୍ଡ ଅଞ୍ଚଳ ରୁ ଠାକୁରମାନେ ଆସିଥାନ୍ତି । ରାତ୍ରି ପ୍ରାୟ ୮ ଘଟିକା ସମୟରେ ମିଳନ ପଡ଼ିଆ ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଦୋଳ ପଡ଼ିଆ ଠାରେ ପହଞ୍ଜିବା ପରେ ସେଠାରେ ପୂଜାର୍ଚ୍ଚନା କରି ୧୧ଘଟିକା ସମୟରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଥିଲା।ପରେ ଶ୍ରୀଜୀଉମାନଙ୍କୁ ପାଞ୍ଚପୀଡ଼ ଦୋଳ ସମିତି ସଭାପତି ତଥା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ମିଳନ ପାଇଁ ନିମନ୍ତ୍ରଣ କରିଥାନ୍ତି ।
ତେବେ ଉପଖଣ୍ଡ ଅଞ୍ଚଳରୁ ଆସୁଥିବା ଶ୍ରୀଜୀଉଙ୍କ ମଧ୍ୟରୁ ଯଶିପୁର ଠାକୁରଙ୍କୁ ବଡ ଠାକୁର ବଲି ମାନିଥାନ୍ତି । ଯଶିପୁର ଶ୍ରୀଜିଉ ବଡ଼ ବୋଲି କୁହାଯାଏ। ଯଶୀପୁର ରୁ ଆସି ମାଣିକ ଛକ ଠାରେ ପହଞ୍ଚିଲା ପରେ ଭୋର୍ ୩ଘଟିକା ସମୟରେ ପାଞ୍ଚପୀଡ଼ ଦୋଳ ସମିତି ସଭାପତି ତଥା ଉପଖଣ୍ଡ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଏବଂ ଦୋଳ ମିଳନ କମିଟି ର ସଦସ୍ୟ ମାନେ ମାଣିକ ଛକ ଯାଇ ସ୍ୱାଗତ କରିବା ପରେ ସେଠାରୁ ଏକ ବିରାଟ ସଭାଯାତ୍ର ରେ ଠାକୁର ଆସି ମିଳନ ପଡିଆ ଠାରେ ପହଞ୍ଚିଥିଲେ ଏବଂ ଉପଖଣ୍ଡ ଅଞ୍ଚଳରୁ ଆସିଥିବା ସମସ୍ତ ଠାକୁରଙ୍କ ମିଳନ ହୋଇଥିଲା ।ବାଣ ବାଦ୍ୟ ଆଲକ ରେ ଝଲସି ଉଠିଛି ପୁରା କରଞ୍ଜିଆ ତେବେ ବିଭିନ୍ନ ସୂତ୍ରରୁ ଜଣା ପଡିଛି କି ଏହି ଦୋଳ ଯାତ୍ରା ଟି କରଞ୍ଜିଆ ପାଞ୍ଚପୀଡ଼ ଉପଖଣ୍ଡରେ ଦୀର୍ଘ ବର୍ଷ ରୁ ଅନୁଷ୍ଠିତ ହୋଇଆସୁଛି ଯାହାକି ସଖାଳ ଭର ସମୟରେ ଶ୍ରୀଜୀଉ ମାନଙ୍କ ମିଳନ ହୋଇଥାଏ ଏବଂ ତିନିଦିନ ଧରି ଠାକୁରମାନେ କରଞ୍ଜିଆ ଅଞ୍ଚଳର ବିଭିନ୍ନ ଜାଗା ପରିକ୍ରମା କରିବା ସହିତ ଭକ୍ତ ମାନଙ୍କ ଠାରୁ ଭଗ ଗ୍ରହଣ କରିଥାନ୍ତି ଏବଂ ହୋଲି ଖେଳିଥାନ୍ତି ତିନି ଦିନ ପରେ ନିଜ ଅଞ୍ଚଳ କୁ ବାହୁଡ଼ି ଯାଇଥାନ୍ତି ।
ଏହି ଯାତ୍ରା କୁ ଦେଖିବାକୁ କେବଳ ଏହାର ଆଖପାଖ ଅଞ୍ଚଳ ନୁହଁ ବରଂ ଏହାର ପଡସୀ ଜିଲ୍ଲା ଏବଂ ପଡସୀ ରାଜ୍ୟରୁ ମଧ୍ୟ ଲୋକଙ୍କ ସମାଗମ ହାଇଥିବା ଦେଖିବାକୁ ମିଳିଥାଏ । ତାସହିତ କରଞ୍ଜିଆ ପ୍ରଶାସନ ପକ୍ଷରୁ କେମିତି ଶାନ୍ତି ଶୃଙ୍ଖଳା ଯାତ୍ରା ସମ୍ପୂର୍ଣ ହୋଇପାରିବ ତା ପାଇଁ ପଲିସ ମୁତୟନ କରାଯାଇଥାଏ ।