ଆଜି ତିହାର ଜେଲରେ ଆତ୍ମସମର୍ପଣ କରିବେ କେଜ୍ରିୱାଲ 

0
Oplus_131072

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ସରିଗଲା ଜାମିନ ଅବଧି । ୨୩ ଦିନର ଅନ୍ତରୀଣ ଜାମିନ ଶେଷ କରି ଆଜି ତିହାର ଜେଲକୁ ଫେରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ଅପରାହ୍ନ ୩ଟାରେ ଜେଲରେ ଆତ୍ମସମର୍ପଣ କରିବେ କେଜ୍ରିଓ୍ବାଲ । ସମର୍ଥକଙ୍କ ସହ ସେ ଜେଲରେ ପହଞ୍ଚିବେ । ଜାମିନ ଅବଧିକୁ ୭ଦିନ ବୃଦ୍ଧି କରିବାକୁ ପୂର୍ବରୁ ସେ କୋର୍ଟରେ ଆବେଦନ କରିଥିଲେ । ଶନିବାର ଦିଲ୍ଲା ରାଉଜ ଆଭେନ୍ୟୁ କୋର୍ଟରେ ଏହାର ଶୁଣାଣି ହୋଇଥିଲା । ଜୁନ ୫ ତାରିଖ ପର୍ଯ୍ୟନ୍ତ ରାୟ ସଂରକ୍ଷିତ ରଖିଛନ୍ତି ସ୍ବତନ୍ତ୍ର ବିଚାରପତି କାବେରୀ ବାଓ୍ବେଜା । ପ୍ରଥମେ ଜାମିନ ଅବଧି ବୃଦ୍ଧି କରିବା ପାଇଁ କେଜ୍ରିଓ୍ବାଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ତୁରନ୍ତ ଶୁଣାଣି କରିବାକୁ ଆବେଦନରେ ଦର୍ଶାଇ ଥିବାବେଳେ କୋର୍ଟ ମନା କରିଦେଇଥିଲେ ।ଜେଲରୁ ବାହାରିବା ପରେ ଲୋକସଭା ନିର୍ବାଚନକୁ ନେଇ ଦିଲ୍ଲୀରେ ପ୍ରଚାର କରିଥିଲେ କେଜ୍ରିଓ୍ବାଲ । ଅନ୍ତରୀଣ ଜାମିନ ସମୟରେ ମେ’ ୧୧ରୁ ୩୦ ପର୍ଯ୍ୟନ୍ତ ସେ ୬୭ ରୋଡ ସୋ’, ସମାବେଶ, ଜନସମାବେଶରେ ଅଂଶଗ୍ରହଣ କରିଥିଲେ ଏବଂ ବିଭିନ୍ନ ଗଣମାଧ୍ୟମକୁ ୩୦ଟି ସାକ୍ଷାତକାର ଦେଇଥିଲେ । ସେ ଉତ୍ତରପ୍ରଦେଶ, ପଞ୍ଜାବ, ଦିଲ୍ଲୀ ଏବଂ ମହାରାଷ୍ଟ୍ରରେ ପ୍ରଚାର କରିଥିଲେ । ଶନିବାର ଆମ୍ ଆଦମୀ ପାର୍ଟିର ମନ୍ତ୍ରୀ ଆତିଶୀ, ରାଘବ ଚଢା, ଦୁର୍ଗେଶ ପଠକ ଏବଂ ସଞ୍ଜୟ ସିଂଙ୍କ ଏକ ବୈଠକ କରିଥିଲେ । ଏଥିରେ କେଜ୍ରିଓ୍ବାଲ ସାମିଲ ହୋଇ ବିଜେପି ଦଳ ଭାଙ୍ଗିବାକୁ ଚେଷ୍ଟା କରୁଛି, ଏହାକୁ ରୋକିବାକୁ ସମସ୍ତ ନେତାଙ୍କୁ କହିଥିଲେ ।

ସୂଚନା ପ୍ରକାରେ ଗତ ମେ’ ୭ ତାରିଖରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ମେ’ ୧୦ରେ ଶୁଣାଣି କରି କେଜ୍ରିଓ୍ବାଲଙ୍କୁ ୨୩ଦିନିଆ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଆଜି ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।

LEAVE A REPLY

Please enter your comment!
Please enter your name here