କେରଳ ଛୁଇଁଲା ମୌସୁମୀ

0

ବିପ୍ଲବୀ ପରିକ୍ରମା ଡିଜିଟାଲ:- କେରଳ ଛୁଇଁଲା ମୌସୁମୀ । ପାଣିପାଗକୁ ନେଇ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆକଳନର ୮ ଦିନ ପୂର୍ବରୁ କେରଳ ଛୁଇଁଛି । ଜୁନ୍‌ ୧ରେ ମୌସୁମୀ କେରଳ ଛୁଇଁବା ନେଇ ହୋଇଥିଲା ଆକଳନ । ସପ୍ତାହେ ଆଗରୁ ଆସିବା ସହ ୧୬ ବର୍ଷ ପରେ ସଅଳ ଛୁଇଁଛି ମୌସୁମୀ । ପୂର୍ବରୁ ଆଗାମୀ ୨୪ ଘଣ୍ଟାରେ ଭିତରେ କେରଳ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା । ତେବେ ମୌସୁମୀ ଛୁଇଁବା ପୂର୍ବରୁ କେରଳରେ ପାଗ ବଦଳିଛି । ଦୁଇ ଦିନ ହେବ କେରଳର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ବର୍ଷା ପବନରେ ଗଛ ଭାଙ୍ଗି ପଡିଛି ଏବଂ ଆଇଏମଡି ପକ୍ଷରୁ କସାରାଗୋଡ ଏବଂ କନ୍ନୁର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି । କୋଜିକୋଡେ, ୱାୟନାଡ, ମାଲାପୁରାମ, ଥ୍ରୀସୁର, ପାଲକକଡ, ଏର୍ନାକୁଲମ, ଇଡୁକି, କୋଟାୟାମ ଏବଂ ଆଲାପୁଜା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here