ହାଜର ହେଲେନି ବିଶାଳ ଓ ଦୀପାଳି : କ୍ରାଇମବ୍ରାଞ୍ଚକୁ ମାଗିଲେ ସମୟ

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ଜାରି ରହିଛି । ଏବେ ସୁଦ୍ଧା କ୍ରାଇମବ୍ରାଞ୍ଚ ମାମଲାର ପ୍ରାଥମିକ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିବା ବେଳେ ତଦନ୍ତରେ ଅନେକ ତ୍ରୁଟି ରହିଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । ନିକଟରେ ନବ ଦାସଙ୍କ ପରିବାର ଲୋକ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିବେ ବୋଲି ଗଣ ମାଧ୍ୟମରେ କହିବା ପରେ ଏହି ମାମଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ସେପଟେ ଗତ ସପ୍ତାହରେ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ବର୍ଗତ ଦାସଙ୍କ ପୁଅ ବିଶାଳ ଓ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କୁ ନୋଟିସ କରାଯାଇ ମାମଲା ସମ୍ପର୍କିତ କୌଣସି ଅଭିଯୋଗ ଥିଲେ ସପ୍ତାହକ ମଧ୍ୟରେ ହାଜର ହୋଇ ଅଭିଯୋଗ କରିବାକୁ କୁହା ଯାଇଥିଲା। କିନ୍ତୁ ଉଭୟେ ସୋମବାର ହାଜର ନ ହେବା ଫଳରେ ଏଥିନେଇ ନବ ଦାସଙ୍କ ପରିବାର ଦ୍ବନ୍ଦ୍ବରେ ଥିବା ଚର୍ଚ୍ଚା ହେଉଛି l ତେବେ କୌଣସି ବ୍ୟସ୍ତତା କାରଣରୁ ହାଜର ନହୋଇ ଅଦାଲତ କୁ ସମୟ ମଗା ଯାଇଥିବା ନେଇ ବିଶାଳ ଦାସ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here