ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଶେଷ ହୋଇଛି ଇଣ୍ଡିଆ ମେଂଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଖଡଗେଙ୍କ ହାତରେ ଇଣ୍ଡିଆ ମେଣ୍ଟର ନେତୃତ୍ୱ ଭାର । ବୈଠକରେ ମେଂଟ ବଡ ନିଷ୍ପତି ଗ୍ରହଣ କରିଛି । ଯାଚିବା ପରେ ବି ମେଂଟର ସଂଯୋଜକ ହେବାକୁ ମନା କରି ଦେଇଛନ୍ତି ନୀତୀଶ କୁମାର । ପ୍ରସ୍ତାବକୁ ପ୍ରତ୍ୟାଖାନ କରି ନୀତୀଶ କହିଛନ୍ତି ସେ କୌଣସି ପଦବୀ ପାଇଁ ଆଗ୍ରହୀ ନୁହଁନ୍ତି । ଭର୍ଚୁଆଲ ବୈଠକରେ କଂଗ୍ରେସ ସଭାପତି ଖଡଗେଙ୍କୁ ଅଧ୍ୟକ୍ଷ ବାଛିଛି ବିରୋଧୀ ଇଣ୍ଡିଆ ବ୍ଲକ । ସୂଚନା ଅନୁଯାୟୀ, ୨୮ରୁ ଅଧିକ ଦଳ ଇଣ୍ଡିଆ ମେଣ୍ଟ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଅଧ୍ୟକ୍ଷ କରିଛନ୍ତି ।କୁହାଯାଉଥିଲା ଯେ, ନୀତୀଶ କୁମାରଙ୍କୁ ଏହି ବୈଠକରେ ଇଣ୍ଡିଆ ମେଣ୍ଟର ସଂଯୋଜକ କରାଯାଇପାରେ । କିନ୍ତୁ ତାହା ହୋଇପାରିନଥିବା ଚର୍ଚ୍ଚା ହେଉଛି । ନୀତୀଶ କୁମାର ନିଜେ ମନା କରିଥିବା କୁହାଯାଉଛି ।ଏହି ବୈଠକରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏବଂ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଠାରୁ ଆରମ୍ଭ କରି ଅନ୍ୟ ନେତାମାନେ ନଜର ଆସିଥିଲେ। ଏହି ବୈଠକରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ୱାଲ ଓ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ମଧ୍ୟ ଉପସ୍ଥିତ ଥିଲେ। ମୋଟ ୧୦ଟି ଦଳ ଏହି ବୈଠକରେ ସାମିଲ ହୋଇଥିଲେ।