ଆଜିଠୁ ଆରମ୍ଭ ଖଣ୍ଡଗିରି ଯାତ୍ରା : ଅଶ୍ଳୀଳ ନୃତ୍ୟକୁ ନା, କରିଲେ ହେବ ଠେଙ୍ଗା ପାହାର 

0

ଖଣ୍ଡଗିରି ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆଜିଠାରୁ ଆରମ୍ଭ ହେବ ଖଣ୍ଡଗିରି ମେଳା । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଖଣ୍ଡଗିରିରେ ସାଧୁସନ୍ଥ ମଧ୍ୟ ପହଞ୍ଚୁଥିବା ଦେଖିବାକୁ ମିଳିଲାଣି । ଯଜ୍ଞ କୁଣ୍ଡ ଓ ସାଧନାସ୍ଥଳ ପ୍ରସ୍ତୁତିରେ ସାଧୁ ଲାଗିଛନ୍ତି । ସେପଟେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଓ ଦ୍ବିଅର୍ଥ ବୋଧକ କମେଡିକୁ ପ୍ରଶ୍ରୟ ଦିଆଯିବ ନାହିଁ । ଅଶ୍ଲୀଳତାକୁ ସମ୍ପୂର୍ଣ୍ଣ ବିରୋଧ କରାଯିବ । ଅଶ୍ଳୀଳ ପ୍ରଦର୍ଶନ ନେଇ ଯେଉଁମାନେ ଖୋଲା ଚ୍ୟାଲେଞ୍ଜ କରୁଛନ୍ତି ସେମାନଙ୍କୁ ସଠିକ ଜବାବ ଦିଆଯିବ। ଏଥିପାଇଁ ସୋମବାର ମା’ ବାରଭୁଜାଙ୍କ ପାଖରେ ଏକାମ୍ର ବିଧାୟକଙ୍କ ନେତୃତ୍ବରେ ଶହେ ଠେଙ୍ଗା ପୂଜା କରାଯାଇଛି ।

କେବଳ ଖଣ୍ଡଗିରି ନୁହେଁ ସାରା ଓଡ଼ିଶାରେ ଯୁବକ ଯୁବତୀଙ୍କ ନେତୃତ୍ୱରେ ଏଭଳି ପଦକ୍ଷେପ ନିଆଯିବ । ଅଶ୍ଲୀଳ ପ୍ରଦର୍ଶନକାରୀଙ୍କୁ ଖଣ୍ଡଗିରିରେ ପଶିବାକୁ ଦିଆଯିବ ନାହିଁ । ସେମାନଙ୍କ ସମେତ ଅନ୍ୟ ଯେଉଁମାନେ ଏଭଳି ଚେଷ୍ଟା କରିବେ ସଠିକ ଉତ୍ତର ପାଇବେ ବୋଲି କହିଛନ୍ତି ବିଧାୟକ ବାବୁ ସିଂ ।

ଅନ୍ୟପଟେ ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ବିଏମସି କମିଶନର ଚେତାବନୀ ଦେଇଛନ୍ତି । ପରମ୍ପରା ଓ ମର୍ଯ୍ୟାଦା ଭିତରେ ଯାତ୍ରା ପରିବେଶଣ ପାଇଁ ସେ କହିଛନ୍ତି । ସବୁ ଯାତ୍ରା କମିଟି ଏନେଇ ଅବଗତ ରହିଛନ୍ତି । ଆଶା କରୁଛୁ ଗାଇଡଲାଇନ ଅନୁସାରେ ଯାତ୍ରା ହବ ବୋଲି ବିଏମସି କମିଶନର କହିଛନ୍ତି ।

ଏହା ସହ ଖଣ୍ଡଗିରିରେ ପରିମଳ ବ୍ୟବସ୍ଥା, ସ୍ଥାୟୀ ଆଲୋକୀକରଣ, ପାନୀୟ ଜଳକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here