ନୂଆଗଡ ( ବିପ୍ଲବୀ ପରିକ୍ରମା ):- ଅବ୍ୟବସ୍ଥାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର,ରୋଗୀ ହେଉଛନ୍ତି ହନ୍ତସନ୍ତ। ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅବ୍ୟବସ୍ଥା ଭିତରେ ଚାଲିଥିବା ଅଭିଯୋଗ ହେଉଛି। ଏଠାରେ ଡାକ୍ତର ଏବଂ କର୍ମଚାରୀଙ୍କ ମନମୁଖୀ କାରବାର ଯୋଗୁଁ ହନ୍ତସନ୍ତ ହେଉଛନ୍ତି ରୋଗୀ। ସ୍ବାସ୍ଥ୍ୟ କେନ୍ଦ୍ରଟି ଏକ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଦୁର୍ଗମ ଅଞ୍ଚଳରେ ଅବସ୍ଥିତ। ସରଳ ନିରୀହ ଆଦିବାସୀ ମାନେ ଉତ୍ତମ ଚିକିତ୍ସା ନିମନ୍ତେ ଏଠାକୁ ପ୍ରତିଦିନ ଆସୁଥିବାବେଳେ ଏହାର ଫାଇଦା ଉଠାଉଛନ୍ତି ସ୍ବାସ୍ଥ୍ୟ କର୍ମଚାରୀ।
ତେଣୁ ରୋଗୀ ମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ସୂଚନା ଫଳକରେ ଲେଖାଯାଉଛି କର୍ମଚାରୀଙ୍କ ଡ୍ୟୁଟି ଚାଟ। ଚାଟ ଅନୁଯାଇ ଡାକ୍ତରଙ୍କ ଦେଖାମିଲୁନି । ୬ ଜଣ ଡାକ୍ତର ଥାଇବି ପ୍ରତିଦିନ ରୋଗୀ ଦେଖନ୍ତି ଜଣେ ଡାକ୍ତର। ଦୂର ଦୂରାନ୍ତରୁ ଆସିଥିବା ରୋଗୀ ଦୀର୍ଘ ସମୟ ଧରି ଅପେକ୍ଷା କରି ନୟାନ୍ତ ହେଉଥିବା ଅଭିଯୋଗ ହେଉଛି। ବିଦ୍ୟୁତ୍ ଚାଲିଗଲେ ଅନ୍ତଃ ବିଭାଗରେ ରୋଗୀ ହନ୍ତସନ୍ତ ହେଉଛନ୍ତି। ଜେନେରେଟର ଅଛି କିନ୍ତୁ କାର୍ଯ୍ୟ କାରି ହେଉନି।ଅନ୍ତଃ ବିଭାଗରେ ରହୁଥିବା ଗର୍ଭବତୀ, ପ୍ରସୂତି ମହିଳା ଏବଂ ଅନ୍ୟ ରୋଗୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ଥାଇ ମଧ୍ୟ ଦିଆଯାଉନାହିଁ ରୋଗୀଙ୍କୁ ଖାଦ୍ୟ। ସରକାରଙ୍କ ଦ୍ଵାରା ମାଗଣା ଔଷଧ ଏବଂ ରକ୍ତ ପରୀକ୍ଷା କେନ୍ଦ୍ର ଥାଇ ମଧ୍ୟ ରୋଗୀଙ୍କୁ ବାହାରୁ ଔଷଧ ଏବଂ ଘରୋଇ ପରୀକ୍ଷା କେନ୍ଦ୍ରକୁ ପଠାଉଥିବା ରୋଗୀଙ୍କ ସମ୍ପର୍କୀୟ ମାନେ ଅଭିଯୋଗ କରୁଛନ୍ତି। ସ୍ବାସ୍ଥ୍ୟ କେନ୍ଦ୍ରରେ ସବୁ ସୁବିଧା ଥିଲେ ମଧ୍ୟ ନାହିଁ ନାହିଁ ରେ ଚାଲିଛି ରୋଗୀସେବା।
ବିଭିନ୍ନ ସମୟରେ ରୋଗୀଙ୍କ ସମ୍ପର୍କୀୟ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି ତଥାପି ମଧ୍ୟ ସ୍ବାସ୍ଥ୍ୟ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରୁଥିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି। ଏଠାକାର ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଠିକ ଭାବେ ରହୁନଥିବାରୁ ଅନ୍ୟାନ୍ୟ ଡାକ୍ତର ଏବଂ କର୍ମଚାରୀଙ୍କ ମନମୁତାବକ କାର୍ଯ୍ୟ ଚାଲିଥିବା ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ଦୁର୍ଗମ ତଥା ଆଦିବାସୀ ଅଧ୍ୟୁଷିତ ନୂଆଗଡ଼ ବ୍ଲକର ଏକମାତ୍ର ବଡ଼ ସ୍ୱାସ୍ଥ୍ୟ କେନ୍ଦ୍ର ଅଟେ। ସରକାର ସ୍ବାସ୍ଥ୍ୟ କେନ୍ଦ୍ରର ରକ୍ଷଣ ବେକ୍ଷଣ ଏବଂ ରୋଗୀ ସେବା ନିମନ୍ତେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ଅବ୍ୟବସ୍ଥା ମଧ୍ୟରେ ରହିଛି ଖଜୁରୀ ପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ତ୍ରିଶୁଳ ସେନାପତିଙ୍କୁ ପଚାରିବାରୁ ବିଭିନ୍ନ ବହାନା ଦେଖାଇ ଗଣମାଧ୍ୟମ ସାମ୍ନାରେ କୌଣସି ଉତ୍ତର ରଖିନଥିଲେ l