କଟକ ( ବିପ୍ଲବୀ ପରିକ୍ରମା ):- କଟକରେ ଲଞ୍ଚ ହେଲା “କିଆସା” । ସାରା ଭାରତରେ କିଆସା ର ଶହେରୁ ଅଧିକ ଷ୍ଟୋର ରହିଥିବା ବେଳେ ଓଡ଼ିଶାରେ ଅନୁଗୁଳ ଏବଂ ବ୍ରହ୍ମପୁର ପରେ ଏହାର ତୃତୀୟ ଷ୍ଟୋର କଟକ ସିଡିଏ ସେକ୍ଟର-୯ ଠାରେ ଖୋଲିଛି । ରଜ ମଉଜକୁ ଦ୍ଵିଗୁଣିତ କରିବା ଲାଗି ମହିଳା ମାନଙ୍କ ପାଇଁ କିଆଶା ଆଣିଛି ବେଶ୍ ଆକର୍ଷଣୀୟ ପୋଷାକର ସମ୍ଭାର । ଯାହାକୁ ଉଦ୍ଘାଟନ କରିଛନ୍ତି ଓଡ଼ିଆ ସିନେ ଅଭିନେତ୍ରୀ ଦେବଜାନୀ । ତେବେ “କିଆସା” କେବଳ ଏକ ନାମ ନୁହେଁ ବରଂ ଏକ ବିଶ୍ୱାସ । ତେଣୁ କଟକରେ ପ୍ରଥମ ଥର ପାଇଁ ଖୋଲିଥିବା କିଆସା ମହିଳା ମାନଙ୍କ ପାଇଁ ବେଶ୍ ଉପଯୋଗୀ ହୋଇପାରିବ । ଏବଂ ଆଗାମୀ ଦିନରେ ଭୁବନେଶ୍ୱର ରେ ମଧ୍ୟ ଏହାର ଆଉଟଲେଟ ଖୋଲା ଯିବାର ଯୋଜନା ରହିଛି ବୋଲି କହିଛନ୍ତି ଦେବଜାନୀ । ଅନ୍ୟପଟେ ଦେଖିବାକୁ ଗଲେ ଆଗକୁ ଆସୁଛି ଓଡ଼ିଶାର ଗଣପର୍ବ ରଜ । ତେବେ ଏହି ରଜରେ ମହିଳା ମାନଙ୍କ ପାଇଁ ବେଶ୍ ଆକର୍ଷଣୀୟ ଏବଂ ଆରାମଦାୟକ ପୋଷାକ ଆଣିଛି “କିଆସା” । ଏହି ଅବସରରେ “କିଆସା” ଆଉଟଲେଟ୍ ର ଓନର ଡକ୍ଟର ଭବାନୀ ଶଙ୍କର ପତି, ଡକ୍ଟର ପ୍ରଶାନ୍ତ କୁମାର କୁଣ୍ଡୁ, ମାନେଜିଂ ପାଟନର୍ ସମରେନ୍ଦ୍ର ନାରାୟଣ ମିଶ୍ର, ଗିରିଜା ଶଙ୍କର ପତି ପ୍ରମୁଖ ଉପସ୍ଥିତ ଥିଲେ ।