ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ସୋମବାର ଜଣେ ଶିକ୍ଷକ ବିଦ୍ୟାଳୟ ରୁ କାର୍ଯ୍ୟ ସାରି କିଆ କାର ରେ ଘରକୁ ଆସୁଥିବା ସମୟରେ କିଛି ଦୁବୃର୍ତ୍ତ କାରକୁ ଅଟକାଇ ବନ୍ଧୁକ ଛୁରୀ ଦେଖାଇ ମାରପିଟ୍ କରି ଶିକ୍ଷକ ଜଣକୁ ଅପହରଣ କରି ନେଇଯାଇଥିବା ଘଟଣା ସାମ୍ନାକୁ ଆସିଛି । ତେବେ ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଯଶୀପୁର କୁ ସଂଯୋଗ କରୁଥିବା ୨୨୦ ନମ୍ବର ଜାତୀୟ ରାଜପଥ କରଞ୍ଜିଆ ବ୍ଲକ ବଳା ପଞ୍ଚାୟତ କୁରୁଳିଆ ନିକଟ ରେ ।
ସୂଚନାରୁ ପ୍ରକାଶ କି ଅପରାହ୍ନ ପ୍ରାୟ ସାଢେ଼ ୪ ଟା ସମୟରେ କାରରେ ବିଦ୍ୟାଳୟ ରୁ କାର୍ଯ୍ୟ ସାରି ଆସୁଥିବା ଜଣେ ଶିକ୍ଷକଙ୍କ କାର ଅଟକାଇ ମାରପିଟ କରି ଅପହରଣ କରିନେଇଥିବା ଏକ ମାମଲା କରଞ୍ଜିଆ ଥାନାରେ ଅଭିଯୋଗ ହୋଇଛି। କରଞ୍ଜିଆ ଏନ୍ଏସି ୱାର୍ଡ ନମ୍ୱର୍ ୨ର କରଡିଆ ଠାରେ ରହୁଥିବା ଯଶିପୁର ବ୍ଲକ ଏକତାଳି ପଞ୍ଚାୟତ ଧୁଡୁକୁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ଶିକ୍ଷକ ଯଶିପୁର ବ୍ଲକ ନଅଣା ଗାଁର ରବିନ୍ଦ୍ର ନାଥ ସିଙ୍କୁ ପିତା ଲାଡୁରା ସିଙ୍କୁ ନିଜ କିଆ କାର ଯାହାର ନମ୍ବର OD 05- BW- 6791 ଯୋଗେ ବିଦ୍ୟାଳୟ କାର୍ଯ୍ୟ ସାରି ନିଜ ଘରକୁ ଫେରୁଥିବା ବେଳେ କୁରୁଳିଆ ନିକଟସ୍ଥ କୁଆଁରିଆପଲୀ ନିକଟରେ ତାଙ୍କୁ ପିଛା କରି ଆସୁଥିବା ଅନ୍ୟ ଦୁଇଟି ଗାଡ଼ି ଆଗେଇ ଆସି ତାଙ୍କ ସମ୍ମାନରେ ଗାଡ଼ି ଅଟକାଇ ଥିଲେ।
ସେ କିଛି ବୁଝିବା ପୂର୍ବରୁ ପିଛା କରୁଥିବା ଗାଡ଼ିରୁ କିଛି ଦୁବୃର୍ତ୍ତ ବାହାରି ତାଙ୍କୁ ମାରଣାସ୍ତ୍ର ଦେଖେଇ ମାରଧର କରି ଶିକ୍ଷକଙ୍କ କାର ସେଠାରେ ଛାଡି ଦୃର୍ବୁତ୍ତ ମାନେ ଆସିଥିବା ଗାଡ଼ିରେ ବସାଇ ପଳାଇଯାଇଥିଲେ। ସେଠାରେ କୈାଣସି ଲୋକ ପାଖରୁ ତାଙ୍କ ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦେଖାଦେଖି କରିବା ସହ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କରଞ୍ଜିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷକଙ୍କ ଗାଡ଼ି କୁ ଥାନାକୁ ଆଣି ଏହି ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି। ତେବେ ରବିନ୍ଦ୍ର କ୍ରିପ୍ଟୋ କଏନ ବ୍ୟବସାୟ କରୁଥିବା ରୁ ପୂର୍ବରୁ ତାଙ୍କୁ ଧମକ ଚମକ ଦିଆଯାଉଥିବା ଖବର ଜଣାପଡ଼ିଥିବା ବେଳେ ଏହି ଘଟଣା ପଇସା ଦିଆ ନିଆ ପାଇଁ ଘଟିଥିବା ନେଇ ସର୍ବ ସାଧାରଣରେ ଆଲୋଚନା ହୋଉଛି।