ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କିକିରିବେଡ଼ା ହତ୍ୟା ଘଟଣା ର ତିନିଦିନ ପରେ ଘଟଣା ପର୍ଦ୍ଧାଫାଶ କଲା ଖଡ଼ିଆଳ ପୋଲିସ । ହତ୍ୟା ଘଟଣା ର ମୁଖ୍ୟ କାରଣ ଗୁଣିଗାରେଡ଼ି ସହ ପୂର୍ବ ଶତ୍ରୁତା । ଘଟଣା ରେ ଜଣେ ନାବାଳକ ଙ୍କ ସହ ପାଞ୍ଚ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଲେ ନୂଆପଡ଼ା ଏସପି ରାଘେବିନ୍ଦ୍ର ଗୁଣ୍ଡାଲା ରେଡ୍ଡୀ । ସୂଚନା ଅନୁସାରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା କିକିରିବେଡ଼ା ଗାଁ କାଳିଆ ମାଝୀ ଙ୍କୁ ଗତ ସପ୍ତାହ ମଙ୍ଗଳବାର ମଧ୍ୟ ରାତ୍ରରେ କୌଣସି ଦୁଇ ଦୃର୍ବୁତ୍ତ ଆସି ଛୁରା ମାଡ଼ କରି ଫେରାର ହୋଇଯାଇଥିଲେ । କାଳିଆ ଙ୍କୁ ଗୁରୁତ୍ତର ଅବସ୍ଥା ରେ ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ଖଡ଼ିଆଳ ଓ ପରେ ନୂଆପଡ଼ା ଚିକିତ୍ସାଳୟ ରେ ଭର୍ତ୍ତିକରି ଚିକିତ୍ସା କରାଇଥିଲେ । ଡାକ୍ତରଖାନା ରେ ଚିକିତ୍ସାଧୀନ ଅବସ୍ଥା ରେ କାଳିଆ ଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଖଡ଼ିଆଳ ଥାନା ରେ ପରିବାର ତରଫରୁ ଏକ ମାମଲା ଦେଇଥିଲେ । ରିପୋର୍ଟକୁ ଆଧାର କରି ନୂଆପଡ଼ା ଏସପି ଙ୍କ ନିର୍ଦ୍ଦେଶ ରେ ଦୁଇ ଗୋଟି ସ୍ଵତନ୍ତ୍ର ଟିମ ଗଠନ କରି ଖଡ଼ିଆଳ ଏସଡିପିଓ, ଖଡିଆଳ IIC ଓ ଖରୀଆର ରୋଡ ଯୋଙ୍କ IIC ଙ୍କ ନେତୃତ୍ଵ ରେ ସନ୍ଧାନିକୁକୁର ଓ ସାଇନ୍ଟିଫିକ ଟିମ ସହାୟତା ରେ ତଦନ୍ତ କରି ମାତ୍ର ଦୁଇ ଦିନ ମଧ୍ୟ ରେ ଅଭିଯୁକ୍ତ ଙ୍କୁ ଧରି କୋର୍ଟ ଚାଲାଣ କରିଛି ପୋଲିସ । ଏହି ହତ୍ୟା ଘଟଣା ର ମୁଖ୍ୟ କାରଣ ଗୁଣିଗାରେଡି ଓ ପୂର୍ବ ଶତ୍ରୁତା ବୋଲି ତଦନ୍ତ ରୁ ଜଣା ପଡିଥିବା ନୂଆପଡ଼ା ଏସପି ସୂଚନା ଦେଇଛନ୍ତି । ଅଭିଯୁକ୍ତ ମାନେ ହେଲେ ସିନାପାଲି ଥାନା ଭଟାପାନି ଗାଁ ର ଭଗବାନ ମାଝୀ, ସୁବାସ ମାଝୀ ଓ କିକିରିବେଡ଼ା ଗାଁ ର ଜଣଙ୍କ ସହ ଜଣେ ମହିଳା ଓ ଜଣେ ନାବାଳକ ବୋଲି ଜଣାପଡିଛି । ଅଭିଯୁକ୍ତ ମାନଙ୍କ ଠାରୁ ହତ୍ୟା ରେ ବ୍ୟବହୃତ ଛୁରୀ ସହ ଗୋଟିଏ ମୋଟର ସାଇକେଲ କୁ ଜବତ କରି ଅଧିକ ତଦନ୍ତ ଚଳାଇଥିବା ନୂଆପଡ଼ା ଏସପି ଏକ ସାମ୍ବାଦିକ ସମ୍ମଳନୀ ଜରିଆ ରେ ସୂଚନା ଦେଇଛନ୍ତି ।