ଚେନ୍ନାଇକୁ ୮ ଓ୍ବିକେଟରେ ପରାସ୍ତ କରିଛି KKR 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଘରୋଇ ଗ୍ରାଉଣ୍ଡରେ ଚେନ୍ନାଇ ସୁପର କିଙ୍ଗ୍ସର ଲଜ୍ଜାଜନକ ପରାଜୟ । ପ୍ରଥମ ମ୍ୟାଚ ପରଠୁ ଅଣ୍ଟା ସଳଖି ପାରୁନି ସିଏସକେ । ଧୋନିଙ୍କ ନେତୃତ୍ବରେ ଦଳ ଶୁକ୍ରବାର ପଡିଆକୁ ଓହ୍ଲାଇଥିବା ବେଳେ ବିଜୟ ଟ୍ରକକୁ ଫେରିବା ନେଇ ଫ୍ୟାନ୍ସ ଆଶାବାଦୀ ଥିଲେ । କିନ୍ତୁ ତାହା ଫସର ଫାଟିଯାଇଛି । କୋଲାକାତାର ଘାତକ ବୋଲିଂରେ ଧ୍ବଂସବିଧ୍ବସ୍ତ ହେଲା ଚେନ୍ନାଇର ଟପ ଅର୍ଡର ଓ ମିଡିଲ ଅର୍ଡନ । ଚେପକରେ ଚାଲିପାରିଲାନି କାହାରବି ବଲ୍ଲା । ପୁଣି ଫ୍ୟାନ୍ସକୁ ନିରାଶ କରିଛି ଧୋନି ବାହିନୀ । ଆଇପିଏଲର ୨୫ ତମ ମୁକାବିଲାରେ ଚେନ୍ନାଇକୁ ୮ ଓ୍ବିକେଟରେ ପରାସ୍ତ କରିଛି କୋଲକାତା ନାଇଟ ରାଇଡର୍ସ । ୫୯ ଟି ବଲ ବାକି ଥାଇ ଚେନ୍ନାଇ ବିପକ୍ଷରେ କେକେଆରର ସହଜ ବିଜୟ ହୋଇଛି । ଏହି ମ୍ୟାଚ୍‌ରେ କୋଲକାତା ଅଧିନାୟକ ଅଜିଙ୍କ୍ୟ ରାହାଣେ ଟସ୍ ଜିତି ଚେନ୍ନାଇକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ଦଳ ୨୦ ଓଭରରେ ୧୦ ୱିକେଟ୍ ହରାଇ ୧୦୩ ରନ୍ ସଂଗ୍ରହ କରି କୋଲକାତା ନାଇଟ୍ ରାଇଡର୍ସକୁ ୧୦୪ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ମାତ୍ର ୧୦. ୧ ଓଭରରେ ୨ ୱିକେଟ୍ ହରାଇ ୧୦୭ ରନ୍ ସ୍କୋର କରି କେକେଆର୍ ଏହି ଲକ୍ଷ୍ୟ ହାସଲ କରି ମ୍ୟାଚକୁ ୮ ୱିକେଟ୍ ଜିତିଥିଲା। ୬ ଟି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସର ଏହା ତୃତୀୟ ବିଜୟ ହୋଇଥିବାବେଳେ ଚେନ୍ନାଇ ସୁପର କିଙ୍ଗ୍ସର ୬ଟି ମ୍ୟାଚରେ ପଞ୍ଚମ ପରାଜୟ । ଘରୋଇ ଷ୍ଟାଡିୟମରେ ବିଜୟ ଧାରାକୁ ଫେରିବା ଲକ୍ଷ୍ୟ ନେଇ ପୁରା ରଣନୀତି ସହ ଧୋନିଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇଥିଲା ଚେନ୍ନାଇ । କିନ୍ତୁ ରାହାଣେଙ୍କ ରଣନୀତି ଆଗରେ ସବୁ କିଛି ଧୋଇ ହୋଇଯାଇଥିଲା । କାମ ଦେଲାନାହିଁ ଧୋନିଙ୍କ କୌଣସିବି ପାଓ୍ବାର । କେକେଆରର ଘାତକ ବୋଲିଂରେ ମାଡି କାମୁଡିଥିଲେ ଚେନ୍ନାଇ ବ୍ୟାଟର । ଦୁବେଙ୍କୁ ଛାଡି ଦେଲେ କେହିବି ବେସି ସମୟ ପଡିଆରେ ତିଷ୍ଠି ପାରିନଥିଲେ ।

LEAVE A REPLY

Please enter your comment!
Please enter your name here