ଆସିକା ( ବିପ୍ଲବୀ ପରିକ୍ରମା ):- ଆସିକା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁବାଷ ସେନାପତି, ପୂର୍ବତନ ସଭାପତି ବନମାଳୀ ସାମନ୍ତରା, ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଗୁରୁଜୀ ସୁନୀଲ କୁମାର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ l ବିଦ୍ୟାଳୟର ଶିଶୁ ଭାଇ ଭଉଣୀ ମାନେ ଜଣେ ଜଣେ ବୈଜ୍ଞାନିକ ହେବା ର ସ୍ବପ୍ନ ଦେଖିବା ଆବଶ୍ୟକ l ଦେଶର ପୂର୍ବତନ ରାଷ୍ଟ୍ରପତି ତଥା ଅବୁଦୁଲ କଲାମ, କଳ୍ପନା ଚାୱଲା, ସୁନିତା ଉଲିୟମ୍ସ, ଭଳି ଉଚ୍ଚ ହେବାର ସ୍ବପ୍ନ ଦେଖିବା ସହ ବିଜ୍ଞାନ ପ୍ରତି ପିଲାମାନେ ଯଥେଷ୍ଟ ରୁଚି ରଖି ଏହି ଜ୍ଞାନ ବିଜ୍ଞାନ ରେ ଅଂଶ ଗ୍ରହଣ କରିଛନ୍ତି l ଶିଶୁ ମାନଙ୍କ ପାଖରେ ଥିବା ଲୁକାୟିତ ବୈଜ୍ଞାନିକ ସ୍ବପ୍ନ କୁ ପରିପ୍ରକାଶ କରିବା ହେଉଛି ଏହାର ପ୍ରୟାସ l ଶିଶୁ ବିଦ୍ୟା ମନ୍ଦିର ରେ ପାଠ ପଢା ସହ ଏଭଳି କାର୍ଯ୍ୟକ୍ରମ କରି ପିଲାମାନଙ୍କୁ ଉତ୍ସlହିତ କରାଯାଇଥାଏ l ଏହି ଜ୍ଞାନ ବିଜ୍ଞାନ ରେ ମୋଟ ଦ୍ୱିତୀୟ ଶ୍ରେଣୀ ଠାରୁ ଦଶମ ପାଠ ପଢ଼ୁଥିବା ଶିଶୁ ମାନେ ଅଂଶ ଗ୍ରହଣ କରିଥିଲେ l ମୋଟ ୧୨୭ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଛନ୍ତି l
ମୋଟ ୯ ଗୋଟି ପ୍ରକଳ୍ପ, ପତ୍ର ବାଚନ, ପ୍ରୟୋଗ, କଥା କଥନ, ମୃତ୍ତିକା, ଗଣିତ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପ୍ରଶ୍ନ ମଞ୍ଚ, ସଂସ୍କୃତି ଜ୍ଞାନ ଉପରେ ଏହି କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି l ପ୍ରତି ବିଭାଗ ରୁ ଜଣେ ଜଣେ କୃତୀ ପ୍ରତିଯୋଗୀ ମାନେ ଆଗାମୀ ଅଗଷ୍ଟ ୧୧ ତାରିଖ ରେ ହେବାକୁ ଥିବା ସଂକୁଳ ସ୍ତରୀୟ କାର୍ଯ୍ୟକ୍ରମ ରେ ଆସ୍କା ଶିଶୁ ମନ୍ଦିର ରେ ଭାଗ ନେବାକୁ ଆସିବେ l
ଏହି କାର୍ଯ୍ୟକ୍ରମ କୁ ବିଚାରକ ଭାବେ ଅମୁଲ୍ୟ ଦାଶ, ସୁଧାକର ସ୍ୱାଇଁ, ସମେତ ସମସ୍ତ ଗୁରୁମା, ଗୁରୁଜୀ ମାନେ ସହଯୋଗ କରୁଥିଲେ l