କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଦୋଷୀ ସଞ୍ଜୟ ରାୟକୁ ଆଜୀବନ ଜେଲ୍‌

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ବହୁଚର୍ଚ୍ଚିତ ଆରଜି.କର ମେଡିକାଲ କଲେଜରେ ଜଣେ କନିଷ୍ଠ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଶନିବାର ଅଭିଯୁକ୍ତ ସଞ୍ଜୟକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସୋମବାର ଦଣ୍ଡବିଧାନ କରିଛନ୍ତି । ତାକୁ ଆଜୀବନ କାରା ଦଣ୍ଡାଦେଶ ସହ ୫୦,୦୦୦ ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇନଜୀବୀ ରେହମାନ କହିଛନ୍ତି, “ସଞ୍ଜୟ ରାୟଙ୍କୁ ମୃତ୍ୟୁ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ଦିଆଯାଇଛି। ଦୋଷୀ ଉପରେ ଭାରତୀୟ ନ୍ୟାୟ ସଂହିତାର ୩ଟି ଧାରା ଅନୁଯାୟୀ ଜରିମାନା ମଧ୍ୟ ଲାଗୁ କରାଯାଇଛି। କୋର୍ଟ ପୀଡିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ ଏହି ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦାବି କରିଥିଲା। ବିଚାରପତି କହିଛନ୍ତି ଯେ, ଏହା ବିରଳ ମାମଲା ନୁହେଁ, ତେଣୁ ମୃତ୍ୟୁଦଣ୍ଡ ଦିଆଯାଇନାହିଁ । ”

 

ଅନ୍ୟପଟେ ଏନେଇ ପୀଡିତାଙ୍କ ବାପା ମାଆ ସିଆଲଦା କୋର୍ଟ ବିଚାରପତିଙ୍କ ନିକଟରେ କହିଛନ୍ତି ଯେ, ଆମେ କ୍ଷତିପୂପରଣ ନେବାକୁ ଚାହୁଁନାହୁଁ ବରଂ ନ୍ୟାୟ ଚାହୁଁଛୁ । ଶନିବାର ଦିନ ଏହି ମାମଲାରେ କୋଲକାତା ସିଆଲଦା କୋର୍ଟରେ ଶୁଣାଣି ହୋଇଥିଲା । ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ। ଛାତିଥରା ଘଟଣାର ୬ ମାସ ପରେ ଭାରତୀୟ ନ୍ୟାୟ ସଂହିତାର ଧାରା 64, 66 ଏବଂ 103 (1) ଅନୁଯାୟୀ ରାୟ ଶୁଣାଇଥିଲେ ସିଆଲଦା କୋର୍ଟ । ଘଟଣାର ପରଦିନ ରବିବାର ପଡୁଥିବାରୁ ୪୮ ଘଣ୍ଟା ପରେ ଅର୍ଥାତ ସୋମବାର ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

LEAVE A REPLY

Please enter your comment!
Please enter your name here