ଗଜପତି ଜିଲ୍ଲାରେ କୌଶଳ ରଥ ଶୁଭାରମ୍ଭ 

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଳା ସଦରମହକୁମା ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରୁପେଶ କୁମାର ପାଣିଗ୍ରାହୀ,ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କୌଶଳ ରଥ କୁ ଆନୁଷ୍ଠାନିକ ଭାବରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି କୌଶଳ ରଥ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟଳୟ ମିଳିତ ଆନୁକୂଲ୍ୟରେ ଜିଲ୍ଲାର ଉଚ୍ଚ ବିଦ୍ୟାଳୟ, ଆଶ୍ରମ ସ୍କୁଲ,ମହାବିଦ୍ୟାଳୟ, ଆଇଟିଆଇ ସ୍କୁଲ ଓ ପଲିଟେକନିକ୍ କଲେଜ ଇତ୍ୟାଦି ତା.୨୨ ଜୁଲାଇ ୨୦୨୪ ପଯ୍ୟନ୍ତ ବୁଲି ଯୁବପିଢ଼ିଙ୍କୁ ମାଗଣାରେ ଡିଜିଟାଲ ଶିକ୍ଷା ଏବଂ ସେମାନଙ୍କ ମଧ୍ୟରେ ଡିଜିଟାଲ କାରବାରକୁ ବୃଦ୍ଧି କରାଯିବ।

୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣରେ ଯୁବପିଢ଼ି ଙ୍କ ସାମର୍ଥ୍ୟ କୁ ବିକଶିତ କରିବା ଲକ୍ଷ୍ୟ ରହିଛି । ଡିଜିଟାଲ କାରବାରକୁ ବୃଦ୍ଧି କରିବା ଦିଗରେ ଏହି କୌଶଳ ରଥ ସହାୟକ ହେବ। ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ପକ୍ଷରୁ ଏହି କୌଶଳ ରଥ ଜରିଆରେ ଗଜପତି ଜିଲ୍ଲାର ଛାତ୍ରଛାତ୍ରୀ,ମହିଳା, ଗ୍ରାମୀଣ ଯୁବ ବର୍ଗ ଓ ଆଶାୟୀ ପ୍ରାର୍ଥୀଙ୍କୁ ଦକ୍ଷତା ତାଲିମ ଏବଂ ପ୍ରମାଣପତ୍ର ପ୍ରଦାନ ପାଇଁ ଯୋଜନା କରାଯାଇଛି।

ଏହି କୌଶଳ ରଥରେ ଅତ୍ୟାଧୁନିକ ଉପକରଣ,ସୁବିଧା ସହ ପ୍ରଶିକ୍ଷକ ମାନଙ୍କ ଉପସ୍ଥିତିରେ ଡିଜିଟାଲ ସାକ୍ଷରତା, ଆର୍ଥିକ ସାକ୍ଷରତା, ଖୁଚୁରା ଏବଂ ଉଦ୍ୟୋଗୀ ଦକ୍ଷତା ଉପରେ ତାଲିମ ଦିଆଯାଇ ପ୍ରମାଣପତ୍ର ପ୍ରଦାନ କରାଯିବ।

 ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଦକ୍ଷତା ବିକାଶ ଓ ନିଯୁକ୍ତି ଅଧିକାରୀ ସୌଭାଗ୍ୟ ସ୍ମୃତି ରଞ୍ଜନ ତ୍ରୀପାଠୀ, ଦକ୍ଷତା ବିକାଶ ନିଯୁକ୍ତି ଅଧିକାରୀ ଶୁଭାଶିଷ ସାହୁ, ରାଜ୍ୟ ଦକ୍ଷତା ବିକାଶ କେନ୍ଦ୍ରର ବିଭିନ୍ନ କର୍ମଚାରୀ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here