ବାଲିପଦର କୃଷ୍ଣସାର ମହୋତ୍ସବ ଉଦଘାଟିତ 

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅଧିନ ବାଲିପଦର ଠାରେ ୭ମ କୃଷ୍ଣସାର ମହୋତ୍ସବ ଆଜି ଉଦଘାଟିତ ହୋଇଯାଇଛି |ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରି ନିଜର ବକ୍ତବ୍ୟ ରଖିଥିଲେ | କୃଷ୍ଣସାର ମହୋତ୍ସବ ଉନ୍ନୟନ ସମିତି ପକ୍ଷରୁ ଆୟୋଜିତ ଏହି ବାଲିପଦର ସପ୍ତମ କୃଷ୍ଣସାର ମହୋତ୍ସବ |ଗଞ୍ଜାମଜିଲ୍ଲାର ବୁଗୁଡା ଓ ବାଲିପଦର ଅଞ୍ଚଳରେ ବିରଳ କୃଷ୍ଣସାର ମୃଗ ଦେଖିବାକୁ ମିଳିଥାଏ |ଯାହାକୁ ନେଇ ଏହି ମହୋତ୍ସବ ବହୁ ଆଡମ୍ବର ସହକାରେ ପ୍ରତିବର୍ଷ ପାଳନ କରା ଯାଉଛି |

ଗଞ୍ଜାମ ଜିଲ୍ଲା ଏକ କଳା ସଂସ୍କୃତି ସହ ବିରତ୍ୱର ମାଟି ଏହି ପବିତ୍ର ମାଟିକୁ ମନେ ପକାଇବା ସହ ସମସ୍ତ କଳାକାର ମାନେ ନିଜନିଜର କଳା ପରିବେଷଣ କରିବା ପାଇଁ ସୁଯୋଗ ପାଇଥାନ୍ତି !ଦିନକୁ ଦିନ ଲୋକ କଳା ଏବଂ ଘଣ୍ଟତାଳ ,ଢୋଲ ଟମକ , ବାଘ ବୃଷଭ ଭଳି ବିଭିନ୍ନ ଲୋକ ନୃତ୍ଯ ଆଦି ଲୋପ ପାଇବାକୁ ଜାଉଥିବା ବେଳେ ଏହି କଳା କୁ ବଞ୍ଚାଇ ରଖିବା ପାଇଁ ଏହି କୃଷ୍ଣସାର ମହୋତ୍ସବ କଳାକାର ମାନଙ୍କ ପାଇଁ ଏକ ମାଧ୍ୟମ ସାଜିଛି ! ଉକ୍ତ କାର୍ଯ୍ୟକ୍ରମ ରେ ବାଲିପଦର ମହୋତ୍ସବ ର ଅଧକ୍ଷ ଭଗବାନ ପୂଜାରୀ, ସଭାପତି ଇଂ ଲକ୍ଷ୍ମୀ ପ୍ରସାଦ ନାୟକ,ଉପସଭାପତି ବୁଗୁଡ଼ା ବ୍ଲକ ଅଧକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ, ସଂଯୋଜକ ଡ଼ଃ ବି ପ୍ରକାଶ ଚନ୍ଦ୍ର ପାତ୍ର,ସମାଜସେବି ଧରଣିଧର ପଣ୍ତା , ବାଲିପଦର ଫାଣ୍ଡି ଅଧିକାରୀ ସମୀର କୁମାର ବେହେରା ,ବନାଞ୍ଚଳ ଅଧିକାରି ପ୍ରଦିପ କୁମାରମିଶ୍ର ବାଲିପଦର ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ ଙ୍କ ସମେତ ସମସ୍ତ ମାନ୍ଯଗଣ ବ୍ୟକ୍ତି ତଥା ସମସ୍ତ ଜନ ପ୍ରତିନିଧି ଉପସ୍ଥିତ ଥିଲେ !

ବାଲିପଦର କୃଷ୍ଣସାର ମହୋତ୍ସବ କାର୍ଯ୍ୟକ୍ରମ ର ପ୍ରଥମ ସନ୍ଧ୍ୟା ରେ ମେଲୋଡି କୁଇନ ଅସୀମା ପଣ୍ଡା ତାଙ୍କ ମେଲୋଡି ମାଧ୍ୟମ ରେ ହଜାର ହଜାର ଦର୍ଷକଙ୍କୁ ବାନ୍ଧି ରଖିଥିଲେ ! ବୁଗୁଡା ବ୍ଳକର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ ତଥା ଡ୍ଯାନସ୍ ଗ୍ରୁଫ୍ ମାନେ ନିଜନିଜର କଳା ପରିବେଷଣ କରିଥିଲେ |

LEAVE A REPLY

Please enter your comment!
Please enter your name here