ଗଜପତିରେ ଅଭାଵ ବୃଷ୍ଟି ସାଙ୍ଗକୁ କ୍ଷୁଦ୍ର ଜଳସେଚନ ବିଭାଗର ଅବହେଳା

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଗଜପତି ଜିଲ୍ଲାରେ ଆଭାଵ ବୃଷ୍ଟି ସାଙ୍ଗକୁ କ୍ଷୁଦ୍ର ଜଳସେଚନ ବିଭାଗର ଅବହେଳା ଚାଷୀଙ୍କ ମୁଣ୍ଡ ବଥାର କାରଣ ପାଲଟିଛି । ଜିଲ୍ଲାର ଗୋଶାଣୀ ବ୍ଲକ ରେ ରହିଥିବା ମହେନ୍ଦ୍ର ତନୟା ନଦୀରୁ ୨ଟି କେନାଲ ଅପର ଚେନାଲ ,ଲୋଏର ଚେନାଲ ଦ୍ବାରା ଗୋଶାଣୀ ବ୍ଲକର ଅଧିକାଂଶ ଚାଷ ଜମିକୁ ପାଣି ଯୋଗାଇ ଥାଏ । ହେଲେ ମେ ମାସରେ ଏହି ଦୁଇଟି କେନାଳକୁ କ୍ଷୁଦ୍ର ଜଳସେଚନ ବିଭାଗ ମରାମତି କରିଥାନ୍ତି । କୌଣସି କାରଣରୁ ଯଦି ଅଭାବୀ ବୃଷ୍ଟି ହୁଏ ତେବେ କେନାଲ ପାଣି ଚାଷୀଙ୍କ ପାଣି ଆଭାଵ ମେଣ୍ଟାଇ ଥାଏ ।

ଚଳିତ ଥର ବୃଷ୍ଟି ଆଭାଵ ସାଙ୍ଗକୁ କେନାଲ ଦୁଇଟି ମରାମତି ହୋଇନଥିବା ଯୋଗୁଁ ଉପର ମୁଣ୍ଡର ଚାଷୀ ନିଜ ଜମି ପାଇଁ ପାଣି ପାଉଥିବା ବେଳେ ତାଳମୁଣ୍ଡରେ 6ସହ ହେକ୍ଟର ଅଧିକ ଜମି ପାଣି ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହାଫଳରେ ତଳ ମୁଣ୍ଡର ଚାଷୀଙ୍କ ଜମିରେ ତଳି ଉଠି ଶୁଖିବାକୁ ବସିଲାଣି କିନ୍ତୁ ଧାନ ରୁଇ ପାରୁନାହାନ୍ତି ।

ଆଜି ବ୍ଲକର ଭିନଳା,ବାଘଶାଳା,ବପୁଜିପେଣ୍ଠଇତ୍ୟାଦି ଅଞ୍ଚଳର ଚାଷୀ କ୍ଷୁଦ୍ର ଜଳସେଚନ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇ ସମସ୍ୟାର ସମାଧାନ ଲାଗି ଗୁହାରି କରିଛନ୍ତି । ୨ଦିନ ମଧ୍ୟରେ ସମସ୍ୟାର ସମାଧାନ ଦିଗରେ ପ୍ରଶାସନ କୌଣସି ପଦକ୍ଷେପ ନନୀୟନ୍ତି ତେବେ ରାଜରାସ୍ତାକୁ ଚାଷୀ ଓଲେଇ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here