ବିପ୍ଲବୀ ପରିକ୍ରମା ବ୍ୟୁରୋ :- ଓଡ଼ିଶା ସଂଗୀତ ନାଟକ ଏକାଡେମୀ ଭୂବନେଶ୍ବର ର ନୂତନ ସଭ୍ୟ ଭାବେ ଶ୍ରୀ ଲଡ଼ୁକେଶ୍ବର ରଣା ମନୋନିତ ହୋଇଥିବା କଥା ମାନ୍ୟବର ସଚିବ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀଙ୍କ ପତ୍ର ସଂଖ୍ୟା-୧୭୦୮/ତା. ୨୯.୦୨.୨୦୨୪ ରୁ ଜଣା ପଡିବା ପରେ ଛଉ କଳାକାରମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।ଶ୍ରୀ ରଣା ମୟୂରଭଞ୍ଜ ଜିଲ୍ଲାରୁ ଛଉନୃତ୍ୟର ପ୍ରତିନିଧିତ୍ବ କରିବେ ଫଳରେ ଛଉ କଳାକାର ତଥା ଛଉ ନୃତ୍ୟଗୁରୁ ମାନଙ୍କ ମନରେ ଛଉ କୁ ନେଇ ନୂଆ ଆଶାର ଆଲୋକ ଜାଗି ଉଠିଛି।
ଏହି ଖବର କୁ ନେଇ ମାର୍ଚ୍ଚ ୪ ତାରିଖ ସମବାର ଅପରାହ୍ନରେ ବାରିପଦା ସ୍ଥିତ ଜିଲ୍ଲାସଂସ୍କୃତି ଭବନ ଠାରେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ଉପସ୍ଥିତିରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜିଲ୍ଲାସଂସ୍କୃତି ଅଧିକାରୀ ଶ୍ରୀ ଅନନ୍ତ ପ୍ରସାଦ ସେଠୀ ଯୋଗ ଦେଇ ନୂତନ ସଭ୍ୟ ଭାବେ ମୋନନୀତ ହୋଇଥିବା ଶ୍ରୀ ଲଡ଼ୁକେଶ୍ବର ରଣାଙ୍କୁ ଉପ-ଢଙ୍କନ ଦେଇ ସମ୍ବର୍ଦ୍ଦିତ କରିଥିଲେ।
ତତ୍ପରେ ଉତ୍ତରସାହି ଓ ଦକ୍ଷିଣସାହିର ଛଉ ନୃତ୍ୟ ଗୁରୁ ଲୋକନାଥ ଦାସ, ଶ୍ରୀମତୀ ବର୍ଣ୍ଣରୂପା ମହାନ୍ତି,ସଞ୍ଜିତ ଘଡ଼େଇ ଏବଂ ଦେବନାରାୟଣ ଧଡ଼ା ପ୍ରମୁଖଙ୍କ ସହିତ ଛଉ କଳାକାର ମାନଙ୍କ ଉପସ୍ଥିତିରେ ନୂତନ ସଭ୍ୟ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଛା ଜ୍ଞାପନ କରିଥିଲେ।ତେବେ ଆସନ୍ତା ୧୫ ତାରିଖରେ ଭୁବନେଶ୍ୱର ଠାରେ ରାଜ୍ୟ ସ୍ତରରେ ଶ୍ରୀ ରଣା ଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଥିବା କଥା କହିଛନ୍ତି ଜିଲ୍ଲା ସଂସ୍କୃତି ଅଧିକାରୀ।
ଶ୍ରୀ ରଣା ତାଙ୍କ ସଭ୍ୟପଦ ପାଇଁ ବହୁତ ଆନନ୍ଦିତ ଥିବା ବେଳେ ସମସ୍ତ ଶ୍ରେୟ ମାନ୍ୟବର ରାଜ୍ୟ ସରକାରଙ୍କ ସହିତ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ସଚିବ ଶ୍ରୀ ପ୍ରୋବଧ ରଥ ମହୋଦୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏଥି ସହିତ ଧୀରେ ଧୀରେ ଦୁର୍ବଳ ହୋଇପଡିଥିବା ଛଉ ନୃତ୍ୟ ର ବିକାଶ ଓ ଉନ୍ନତି ଦିଗରେ ମୂଳ ଲକ୍ଷ୍ୟ ରହିବ ବୋଲି କହିଛନ୍ତି ସେ।