ଲକ୍ଷାଧିକ ଟଙ୍କାର ଖଏର କାଠ ଜବତ, ଦୁଇ ଅଟକ

0

ନୂଆପଡା ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନଖଣ୍ଡ ଅଧିନସ୍ଥ ବୋଡ଼େନ ସେକ୍ସନ ଅଞ୍ଚଳ ସାଲେପଡା ଗାଁ ଠାରୁ ବନ ବିଭାଗ ବିପୁଳ ପରିମାଣ ର ଖଏର କାଠ ଜବତ କରିବା ସହ ଦୁଇ ଜଣ ଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଗତକାଲି ରାତି ରେ ବିଶେଷ ସୂତ୍ର ରୁ ବନ ବିଭାଗ ଖବର ପାଇ ସାଲେପଡ଼ା ଗାଁରେ ଚଢାଉ କରିଥିଲା । ଚଢାଉ ସମୟ ରେ ଏକ 407 ଗାଡ଼ି କୁ ଅଟକ ରଖି ତଲାସୀ କରିଥିଲା ।

ତଲାସୀ ପରେ ଏହି ଗାଡ଼ି ରୁ ୧୫୨ ଖଣ୍ଡ ଖଏର ଗଣ୍ଡି ମିଳିଥିବା ବେଳେ ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ , ବର୍ତ୍ତମାନ ଏକ ଚାରି ଚକିଆ ୪୦୭ ଗାଡ଼ି ସହ ଗୋଟିଏ ମୋଟର ସାଇକେଲ କୁ ଜବତ କରିବା ସହ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ଖଡ଼ିଆଳ DFO ଅଜିଜ ଖାନ ସୂଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here