ବିପ୍ଲବୀ ପରିକ୍ରମା ଡିଜିଟାଲ :- IPS ସ୍ତରରେ ବଡ଼ ଧରଣର ଅଦଳବଦଳ । ବଦଳିଲେ ଭୁବନେଶ୍ବର ଡିସିପି ପିନାକ ମିଶ୍ର । ପିନାକଙ୍କ ସ୍ଥାନରେ ଭୁବନେଶ୍ବର ଡିସିପି ହେଲେ ଜଗମୋହନ ମୀନା । ଜଗମୋହନ ପୂର୍ବରୁ କଟକ ଡିସିପି ଥିଲେ । ତେବେ ତାଙ୍କ ସ୍ଥାନ ନେଇ କଟକ ଡିସିପି ଦାୟିତ୍ବରେ ରହିବେ ଋଷିକେଶ ଖିଲାରୀ । STF ଡିଆଇଜି ଦାୟିତ୍ବରେ ରହିବେ ପିନାକ ମିଶ୍ର । କଟକ ଡିସିପି ହେଲେ ଋଷିକେଶ ଖିଲାରୀ । ସେହିପରି ଅଙ୍କିତ କୁମାର ବର୍ମା ହେଲେ ଭୁବନେଶ୍ବର ଅତିରିକ୍ତ DCP । ଜୟପୁର SDPO ଦାୟିତ୍ବରେ ଥିଲେ ଅଙ୍କିତ କୁମାର ବର୍ମା । ନରସିଂହ ଭୋଳ ଅତିରିକ୍ତ ପୋଲିସ କମିଶନର । ଅବକାରୀ କମିଶନର ଥିଲେ ନରସିଂହ ଭୋଳ । ଏସ ଏମ ନରୱାଣେ OHRC ସ୍ପେଶାଲ ଡିଜି ଦାୟିତ୍ବରେ ରହିବେ । ସେହିପରି ଆଇପିଏସ ଅଧିକାରୀ ଜୟନାରାୟଣ ପଙ୍କଜଙ୍କୁ ଆଇଜିପି ଇଣ୍ଟେଲିଜେନ୍ସ ଦାୟିତ୍ବ ମିଳିଛି । ଦୀପକ କୁମାରଙ୍କୁ ଆଇଜିପି ଅପରେସନ, ସାର୍ଥକ ଷଡ଼ଙ୍ଗୀଙ୍କୁ CID-CB ଆଇଜିପି, ନୀତି ଶେଖରଙ୍କୁ ଦକ୍ଷିଣାଞ୍ଚଳ ରେଞ୍ଜ ଆଇଜି, ଉମାଶଙ୍କର ଦାଶଙ୍କୁ ଗୃହରକ୍ଷୀ ଓ ଅଗ୍ନିଶମ ବିଭାଗ ଡିଆଇଜି ଭାବେ ବଦଳି କରାଯାଇଛି ।ଅନ୍ୟପଟେ ଅଖିଳେଶ୍ଵର ସିଂହଙ୍କୁ ଦକ୍ଷିଣ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଦାୟିତ୍ବ ମିଳିଥିବାବେଳେ ଚରଣ ସିଂହ ମୀନାଙ୍କୁ ଡିଆଇଜି ପ୍ରୋଭିଜନିଂ ଭାବେ ବଦଳି କରାଯାଇଛି । କଳାହାଣ୍ଡି SP ଅଭିଳାଷ ଜୀଙ୍କୁ ବଲାଙ୍ଗୀର SP ଭାବେ ବଦଳି କରାଯାଇଛି । ବୌଦ୍ଧ SP ନାଗରାଜ ଦେବରକୋଣ୍ଡା ହେଲେ କଳାହାଣ୍ଡି SP । କଟକ ରେଲୱେ SP ରାହୁଲ ଗୋଏଲଙ୍କୁ ବୌଦ୍ଧ SP ଭାବେ ବଦଳି ହୋଇଛି ।