ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ ଏବଂ ଭିଭିପ୍ୟାଟ ପ୍ରଦର୍ଶନ ସଚେତନା କେନ୍ଦ୍ର ଶୁଭାରମ୍ଭ

0

ଗଜପତି ( ବିପ୍ଲବୀ ପରିକ୍ରମା ):- ଚଳିତ ବର୍ଷ ଅନୁଷ୍ଠିତ ନିର୍ବାଚନ ନିମନ୍ତେ ବ୍ୟବହୃତ ହେବାକୁ ଥିବା ଇଭିଏମ୍ ଓ ଭିଭିପ୍ୟାଟର ବ୍ୟବହାର କରି କିଭଳି ଭୋଟ ଦାତାଗଣ ନିଜର ମତ ସାବ୍ୟସ୍ତ କରିବେ ସେ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ଆରମ୍ଭ ହେବ । ଏଥି ନିମନ୍ତେ ଆଦି ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଇଭିଏମ୍ ଦ୍ବାରା ଭୋଟଦାତା କିଭଳି ନିଜ ମତ ଉପସ୍ଥାପନ କରିବେ ତାହାର ସଚେତନତା କରିବାକୁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ରହିଅଛି । ଏହାର ଅନୁପାଳନ କରାଯାଇ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଭୋଟ ଦାତାଗଣ ଭୋଟ ଦେବାର ପ୍ରକ୍ରିୟା ସମ୍ପର୍କରେ ଏହି କେନ୍ଦ୍ରମାନଙ୍କୁ ଅବଗତ ହୋଇ ପାରିବେ ।

ଏହା ସଙ୍ଗେ ସଙ୍ଗେ ଚଳିତ ଜାନୁୟାରୀ ୧୬ ତାରିଖ ଠାରୁ ପେବୃୟାରୀ ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ୍ ଓ ପାରଳାଖେମୁଣ୍ଡି ପୌରାଞ୍ଚଳରେ ଏକ ସ୍ବତନ୍ତ୍ର ପ୍ରଚାର ଗାଡିରେ ଭୋଟଦାତା ମାନଙ୍କୁ ସଚେତନ କରାଇବାର କାର୍ଯ୍ୟକ୍ରମ ରହିଅଛି । ଭୋଟ ଦାତାଗଣ ଉକ୍ତ ଇଭିଏମ୍ ଦ୍ବାରା କିଭଳି ଭୋଟ ଦେବେ ତାହା ନିଜେ ଉକ୍ତ ସ୍ଥାନରେ ଭୋଟ ଦେଇ ଭୋଟ ଦେବାର ପ୍ରକ୍ରିୟା ସମ୍ପର୍କରେ ଅବଗତ ହୋଇ ପାରିବେ । ବିଶେଷ ଭାବେ ନୂତନ ତଥା ଯୁବ ଭୋଟ ଦାତାଗଣ ଏହି ଭୋଟଦାନ ପ୍ରକ୍ରିୟା ସମ୍ପର୍କରେ ଜାଣି ସଚେତନ ହୋଇପାରିବେ। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ସମସ୍ତ ସରକାରୀ ଅଧିକାରୀଙ୍କ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here