ବିପ୍ଲବୀ ପରିକ୍ରମା ବ୍ୟୁରୋ :- ମହିଳା ମାନେ ଏବେ ସ୍ବାବଲମ୍ବୀ ମୁହାଁ । ପୁରୁଷ ମାନଙ୍କୁ ଠୁ କିଛି କମ୍ ରେ ନାହାଁନ୍ତି ନାରୀ । ମହିଳା ମାନେ ଏବେ ସ୍ବାବଲମ୍ବୀ ମୁହାଁ । ପୁରୁଷ ମାନଙ୍କୁ ଠୁ କିଛି କମ୍ ରେ ନାହାଁନ୍ତି ନାରୀ । ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳୁଛି କଟକରେ । କଟକ କନିକା ଛକର ଦୁଇ ସାଙ୍ଗ ମିଶି ଆରମ୍ଭ କରିଛନ୍ତି ଲେଡିଜ୍ ସେଲୁନ ଓ ସ୍ପା । ଆଉ ଏହାକୁ ଉଦଘାଟନ କରିଛନ୍ତି ପୁରୀ ଜିଲ୍ଲାର ସମୀକ୍ଷା ଅଧିକାରୀ କିନ୍ନର ଐଶ୍ୱରୀୟା ଋତୁପର୍ଣ୍ଣା । କଟକ ଭଳି ସହରରେ ଏଇ ଦୁଇ ସାଙ୍ଗଙ୍କ କାର୍ଯ୍ୟକୁ ବେଶ୍ ପ୍ରଶଂସା କରିବା ସହ ମହିଳା ମାନେ ଦିନକୁ ଦିନ କିପରି ଆଗକୁ ବଢ଼ୁଛନ୍ତି ତା’ ଉପରେ ମତବ୍ୟକ୍ତ କରିଛନ୍ତି । ସେହିଭଳି ଆଡଭାନ୍ସ ଟେକ୍ନୋଲୋଜିରେ ନିର୍ମିତ ଏହି ଆଇକନିକ୍ ସେଲୁନ୍ ଓ ସ୍ପା’ କେବଳ ଯେ, ବ୍ୟବସାୟ ଉପଯୋଗୀ ତାହା ନୁହେଁ । ମହିଳା ମାନେ କିପରି ଆଗମୀ ଦିନରେ ଏଥିରୁ ଶିକ୍ଷାଅର୍ଜନ କରି ନିଜେ ସ୍ୱାବଲମ୍ବୀ ହେବେ ସେଥିପ୍ରତି ଆମେ ଦୃଷ୍ଟି ଦେବୁ ବୋଲି କହିଛନ୍ତି ଇପ୍ସିତା ମହାନ୍ତି ।