କଂଗ୍ରେସ ଟିକେଟ୍ ପାଇଁ କାମ କରିବ ନାହିଁ ନେତାଙ୍କ ଲବି

0

ବିପ୍ଲବୀ ପରିକ୍ରମା ବ୍ୟୁରୋ :- ମୁଣ୍ତ ଉପରେ ସାଧାରଣ ନିର୍ବାଚନ। ପାଗ ଭିଢ଼ିଲେଣି ସମସ୍ତ ରାଜନୈତିକ ଦଳ। ନିର୍ବାଚନ ଆଗରୁ କଂଗ୍ରେସ ଟିକେଟ୍କୁ ନେଇ କସରତ, କଂଗ୍ରେସ ଟିକେଟ ନେଇ ପିସିସି ପ୍ରଭାରୀ ଅଜୟ କୁମାରଙ୍କ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଅନଲାଇନରେ ସବୁ ତଥ୍ୟ ଦେଇ ଟିକେଟ ଆବେଦନ କରିବେ ଆଶାୟୀ। ଖୁବଶୀଘ୍ର ଟିକେଟ ଆବେଦନ କରିବାର ଇ ଫର୍ମ ଉପଲବ୍ଧ କରାଯିବ। ଏକାଧିକ ଆଶାୟୀ ଥିଲେ ଯୋଗ୍ୟ ପ୍ରାର୍ଥୀ ନେଇ ତର୍ଜମା କରାଯିବ। ଏହାପରେ ପ୍ରଦେଶ ଇଲେକ୍ସନ୍ କମିଟି ତର୍ଜମା ପରେ ସ୍କ୍ରିନିଂ କମିଟିକୁ ପଠାଯିବ। ସ୍କ୍ରିନିଂ କମିଟିର ଅନୁମୋଦନ ପରେ ଉପଯୁକ୍ତ ପ୍ରାର୍ଥୀକୁ ଟିକେଟ ମିଳିବ। ତେବେ ଏହି ପ୍ରକ୍ରିୟାରେ କଂଗ୍ରେସ ନିଜ ପ୍ରାର୍ଥୀ ଚୟନ କରିବାକୁ ଯାଉଛି। ନିର୍ବାଚନକୁ ଆଖି ଆଗରେ ରଖି ଦଳ ଭୋଟରଙ୍କୁ ଆକର୍ଷିତ କରିବାକୁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛି।ଟିକେଟ୍ ବଂଟନରେ ସ୍ୱଚ୍ଛତା ପାଇଁ ଏଆଇସିସି ସ୍କ୍ରିନିଂ କମିଟି ଏହି ନିଷ୍ପତି ନେଇଛି । ଖୁବଶୀଘ୍ର ଟିକେଟ୍ ଆବେଦନ କରିବାର ଫର୍ମାଟକୁ ସାର୍ବଜନୀନ କରାଯିବ ।

ଗୋଟିଏ ଆସନରେ ଏକାଧିକ ଆଶାୟୀ ଥିଲେ ଯୋଗ୍ୟ ପ୍ରାର୍ଥୀ ନେଇ ତର୍ଜମା କରିବ ପ୍ରଦେଶ ଇଲେକ୍ସନ୍ କମିଟି । ଏହାପରେ ପ୍ରାର୍ଥୀଙ୍କ ତାଲିକାକୁ ସ୍କ୍ରିନିଂ କମିଟିକୁ ପଠାଯିବ । ସ୍କ୍ରିନିଂ କମିଟିର ଅନୁମୋଦନ ପରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ୍ ଦିଆଯିବ । ଆଗୁଆ ଟିକେଟ୍ ବାଂଟିବା ପାଇଁ ଆଜି ରାଜ୍ୟ ଅତିଥି ଭବନରେ ଏକ ରୁଦ୍ଧଦ୍ୱାର ବୈଠକ ବସିଥିଲା ।

LEAVE A REPLY

Please enter your comment!
Please enter your name here