ବନ୍ଦ ହେବ ଗାୟତ୍ରୀ ହୋଟେଲ ପରିସରରୁ ମଦ ବ୍ୟବସାୟ

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ମହାନଗର ନିଗମ ର ସାଧାରଣ ବୈଠକ ରେ ଉଠିଲା ଗାୟତ୍ରୀ ହୋଟେଲ ପ୍ରସଂଗ। ମୁନିସପାଲଟି ଗେଷ୍ଟହାଉସ୍ କୁ ଘରୋଇ ସଂସ୍ଥାନ କୁ ଟେକି ଦେଇ ସେଠାରେ ଚଢା ଦରରେ ହୋଟେଲ ଚଲାଇବା ସହ କିଭଳି ମଦ ବ୍ୟବସାୟ ର ଆସର ଚାଲୁଛି ତାକୁ ନେଇ ପ୍ରଶ୍ନ ଉଠାଇଲେ କର୍ପୋରେଟର। ସେପଟେ କର୍ପୋରେଟର ଙ୍କ ଅଭିଯୋଗ କୁ ସମର୍ଥନ ଜଣାଇଲେ ମେୟର ମୋହଦୟା ଓ ବିଧାୟକଙ୍କ ପ୍ରତିନିଧି। ତତ୍କାଳୀନ କମିଶନର ଓ ଘରୋଇ ସଂସ୍ଥାନ ସହ ଭିତିରିଆ ମଧୁ ଚନ୍ଦ୍ରିକା ରେ ଏଭଳି ଅତିଥି ଭବନ କୁ ଟେକି ଦିଆଯାଇଥିବା ନେଇ ସର୍ବ ସମ୍ମତି କ୍ରମେ ବିରୋଧ ର ସ୍ବର ଉଠିଥିବା ବେଳେ ଏହାର ଉଚ୍ଚ ସ୍ତରିୟ ତଦନ୍ତ କରିବା ସହ ତତ୍କାଳୀନ କମିଶନର ଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଲାଗି ସାଧାରଣ ବୈଠକ ରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here