ନବୀନଙ୍କ ଗଡ଼ରେ ନରହତ୍ୟାର ଲୋମଟାଙ୍କୁରା ଟ୍ରେଣ୍ଡ

0

ହିଞ୍ଜିଳି ( ବିପ୍ଲବୀ ପରିକ୍ରମା ):- ଖୋଦ୍ ନବୀନଙ୍କ ଗଡ଼ ହିଞ୍ଜିଳିରେ ୨୪ ବର୍ଷ ଭିତରେ ଗଡ଼ିଛି ଶହେ ଶହେଟି ମୁଣ୍ଡ। ବିଧାନସଭାରେ ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ତଥ୍ୟ ରଖିବା ପରେ ସୃଷ୍ଟି ହୋଇଛି କଂପନ । ନିଜ ହାତରେ ଗୃହ ବିଭାଗକୁ ରଖି ଅପରାଧମୁକ୍ତ ଶାସନର କଥା କହି ଆସିଥିବା ନବୀନଙ୍କ ହିଞ୍ଜିଳିରେ ଏଭଳି ରକ୍ତଚରିତ୍ରକୁ ନେଇ ଦେଖାଦେଇଛି ଉଦବେଗ । ଆଶ୍ଚର୍ଯ୍ୟଜନକ କଥା ହେଲା, ଏସବୁ ମାମଲାରୁ ମାତ୍ର ୯ଟିରେ ହିଁ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇ ପାରିଛି। ୨୪ ବର୍ଷ ଭିତରେ ନବୀନଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ଗଡ଼ିଛି ଶହେ ଜଣଙ୍କ ମୁଣ୍ଡ।ଗୃହରେ ଏଭଳି ଉଦବେଗଜନକ ତଥ୍ୟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲିଖିତ ଉତ୍ତରରେ ଦର୍ଶାଇଛନ୍ତି, ୨୪ ବର୍ଷ ଭିତରେ ହିଞ୍ଜିଳିରେ ଶହେଟି ହତ୍ୟାକାଣ୍ଡ ହୋଇଥିବା ବେଳେ ମୋଟ୍ ୩୨୮ ହତ୍ୟାକାରୀଙ୍କୁ ଧରାଯାଇଛି। ହେଲେ ସେହି ଶହେଟି ମାମଲାରୁ ମାତ୍ର ୯ଟିରେ ଦୋଷୀଙ୍କୁ ଦଣ୍ଡିତ କରାଯାଇଥିବା ବେଳେ ୨୨ଟି ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ୬୯ଟି ମାମଲା ରହିଛି ବିଚାରାଧୀନ। କେବଳ ଏତିକି ନୁହେଁ, ନବୀନଙ୍କ ନିଜ ଜିଲ୍ଲା ଗଞ୍ଜାମରେ ଧରପଗଡ଼ ବେଳେ ପୋଲିସ ଉପରକୁ ୩୭ଟି ମାମଲାରେ ଗୁଳି ଚଳାଇଛନ୍ତି ଅପରାଧୀ।ପ୍ରଶ୍ନ ଉଠୁଛି, ବିଜେଡି ଶାସନ ସମୟରେ ନବୀନଙ୍କ ଗଡ଼ରେ ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଇ ରଖୁଥିଲା କି ପୋଲିସ୍? ଶହେ ଶହେଟି ହତ୍ୟାକାଣ୍ଡରୁ ମାତ୍ର ୯ଟି ମାମଲାରେ ଦୋଷୀଙ୍କୁ ଦଣ୍ଡିତ କରିଥିବା ପୋଲିସ କାହା ଇସାରାରେ ନିୟନ୍ତ୍ରଣ କରୁଥିଲା ଆଇନଶୃଙ୍ଖଳା ?ସୁଧୁରି ଯାଅ, ନଚେତ୍ ସୁଧାରିବାକୁ ନୂଆ ସରକାର ପାଖରେ ବିକଳ୍ପ ବ୍ୟବସ୍ଥା ଅଛି। ବିଧାନସଭା ଗୃହ ଭିତରୁ ଅପରାଧୀଙ୍କୁ ଏଭଳି ଚେତାବନୀ ଦେବା ସହ ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ପାଇଁ କଡ଼ା ଚେତାବନୀ ଶୁଣାଇଥିଲେ ମୁଖ୍ୟମନ୍ତ୍ରୀ। ଏବେ ଅପେକ୍ଷା, ଅପରାଧ ଆଉ ଅପରାଧୀଙ୍କ ଗତିବିଧି ଉପରେ କେତେ ଶୀଘ୍ର ନିୟନ୍ତ୍ରଣ ଆଣିବାରେ ସଫଳ ହେଉଛି ନୂଆ ସରକାର।

LEAVE A REPLY

Please enter your comment!
Please enter your name here