Long line of devotees for Tardhana Vrat at Karanjia Gundicha Temple

0

 କରଞ୍ଜିଆ ଗୁଣ୍ଡିଚା ମନ୍ଦିରରେ ତାରିଣୀ ବ୍ରତ ପାଇଁ ଭକ୍ତଙ୍କ ଲମ୍ବା ଧାଡି 

କେନ୍ଦୁଝର ( ବିପ୍ଲବୀ ପରିକ୍ରମା ):- ଦେବତା ଏବଂ ଦେବୀମାନେ ନିଜ ଭକ୍ତମାନଙ୍କୁ ଜୀବନର ବିଭିନ୍ନ ବିପଦରୁ ରକ୍ଷା କରନ୍ତି ଏବଂ ସେମାନଙ୍କୁ ଭଲ ଏବଂ ସୁଖମୟ ଜୀବନଯାପନ କରିବାକୁ ଆଶୀର୍ବାଦ ଦିଅନ୍ତି | ଏହି ବିଶ୍ୱାସ ଉପରେ ବିଶ୍ୱାସ କରି ଓଡ଼ିଶାର ଲୋକମାନେ ଇଶ୍ୱରଙ୍କ ଆଶୀର୍ବାଦ ପାଇବା ପାଇଁ କେତେକ ପର୍ବ ସମୟରେ କେତେକ ବିଶେଷ ରୀତିନୀତି ପାଳନ କରନ୍ତି | ତାରିଣୀ ବ୍ରତ ଏକ ବିଶେଷ ପର୍ଯ୍ୟବେକ୍ଷଣ ମଧ୍ୟରୁ ଅନ୍ୟତମ | ଏହା ରାଜ୍ୟର କେଉଁଝର ଜିଲ୍ଲାର ଦେବୀ ମା ତାରିଣୀଙ୍କୁ ଉତ୍ସର୍ଗ କରାଯାଇଛି। ତେବେ ବିଶ୍ୱାସ ରହିଛି କି ତାରିଣୀ ବ୍ରତ କଲେ ପରିବାରରେ ସମସ୍ତଙ୍କ ମଙ୍ଗଳ ହୋଇଥାଏ |ତେଣୁ ଭକ୍ତମାନେ ଏହି ବ୍ରତ ପାଳନ କରି ମା ତାରିଣୀ ଙ୍କ ଆଶୀର୍ବାଦ ଲାଭ କରିଥାନ୍ତି |

ତାରିଣୀ ବ୍ରତ କରିବା ପାଇଁ ଭକ୍ତଙ୍କ ମନରେ ବେଶ ଉତ୍ସାହିତ ଦେଖିବାକୁ ମିଳିଥାଏ | ମା ଙ୍କ ବ୍ରତ କରିବା ପାଇଁ ଗୁଣ୍ଡିଚା ମନ୍ଦିରରେ ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଥାଏ |ତେବେ ଆଜି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ମଧ୍ୟ ମାତାରିଣୀ ଙ୍କ ବ୍ରତ ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା | ସଖାଳୁ ମନ୍ଦିର ଖଲା ଯାଇ ପ୍ରଭୁଙ୍କ ନୀତିକାନ୍ତି ସାରିବା ପରେ ବ୍ରତ ଆରମ୍ଭ ହୋଇଥିଲା | ଏଠାରେ ବ୍ରତ କରିବା ପାଇଁ କେବଳ କରଞ୍ଜିଆ ନୁହେଁ ଏହାର ଆଖପାଖ ଅଞ୍ଚଳ ରୁ ସଖାଳ ପ୍ରାୟ ୫ ଘଟିକା ସମୟରୁ ବ୍ରତକରିବା ଭକ୍ତମାନେ ଆସି ଲମ୍ବା ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା | ଭିଡକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳାରେ ବ୍ରତ କରିବା ପାଇଁ ପୋଲିସ ପକ୍ଷରୁ ଏବଂ କମିଟି ପକ୍ଷରୁ ବ୍ୟାପକ ବନ୍ଦବସ୍ତ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here