କେନ୍ଦୁଝର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥର ରୋଇଡା ମାଇନ୍ସ ନିକଟରେ ଆଜି ସକାଳୁ ଜଣେ ଟ୍ରକ୍ ଡ୍ରାଇଭର ଗାଡିକୁ ଛିଡା କରି ଶୌଚ ହେବାକୁ ଯାଇଥିବା ବେଳେ ତାଙ୍କୁ ହଠାତ୍ ଚୋରମାନେ ସଂଗବଦ୍ଧ ଆକ୍ରମଣ କରି ନଗଦ ୫ହଜାର ଲୁଟି ନେଇଛନ୍ତି। ଚୋରଙ୍କ ଭୁଜାଲି ମାଡ଼ରେ ଡ଼୍ରାଇଭର ଗୁରୁତର ହୋଇ ଚିତ୍କାର କରିବାରୁ ସାଙ୍ଗରେ ଥିବା ଅନ୍ୟ ଜଣେ ଡ୍ରାଇଭର ଧାଇଁ ଆସିଥିଲେ। ତାଙ୍କୁ ଦେଖି ଚୋର ମାନେ ଫେରାର ମାରିଥିବା ବେଳେ ସାଥି ଡ୍ରାଇଭର ଗୁରୁତର ଡ଼୍ରାଇଭରଙ୍କୁ ନିଜ ଟ୍ରକରେ ବସେଇ ବଡବିଲ ମେଡିକାଲରେ ଆଣି ଭର୍ତ୍ତି କରିଥିବା ସୂଚନା ରହିଛି।