ବିପ୍ଲବୀ ପରିକ୍ରମା ଡିଜିଟାଲ :- ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ସକାଳ ୫ଟା ୩୦ ମିନିଟ୍ ସମୟରେ ଏହି ଲଘୁଚାପ ସୃଷ୍ଟି ହୋଇଛି। ପ୍ରଭାବରେ ସୋମବାର ସକାଳ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ସକାଳେ ଅବପାତ ଏବଂ ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି। ଏହା ପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ୨୪ ତାରିଖ ଭୋର ସମୟରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ତଥା ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସ୍ଥଳଭାଗ ଛୁଇଁବ। ଘୂର୍ଣ୍ଣିବଳୟ ଯଦି ବାତ୍ୟାର ରୂପ ନିଏ, ତେବେ ଏହାର ନାମ ‘ଦାନା’ ରଖାଯିବ। ଉତ୍ତର ଭାରତ ମହାସାଗରରେ ସୃଷ୍ଟି ଘୂର୍ଣ୍ଣିଝଡ଼ ନାମ ତାଲିକା ଅନୁସାରେ, ଏହାର ନାମ ‘ଦାନା’ ରହିବ। ମଧ୍ୟପ୍ରାଚ୍ୟ ଦେଶ କାତାର୍ ପକ୍ଷରୁ ଏହି ନାମକରଣ ହୋଇଛି। ଆରବୀ ଭାଷାରେ ‘ଦାନା’ର ଅର୍ଥ ନିଖୁଣ ମୂଲ୍ୟବାନ ମୋତି ବା ମୁକ୍ତା ବୋଲି କୁହାଯାଉଛି। ବାତ୍ୟାକୁ ନେଇ ଜରୁରୀ ବୈଠକ ପରେ ପ୍ରେସମିଟ୍ କରିଛନ୍ତି SRC । ଓଡ଼ିଶାରେ ବାତ୍ୟା ଆଶଙ୍କା ରହିଛି । ଲଘୁଚାପର ରୂପ ନେବାପରେ ଓଡ଼ିଶା ପଶ୍ଚିମବଙ୍ଗ ଆଡେ ଗତି କରିବ ଏହି ବାତ୍ୟା ‘ଦାନା’ । ଅକ୍ଟୋବର ୨୪ ତାରିଖରେ ଲଘୁଚାପ ବାତ୍ୟାର ରୂପ ନେଇପାରେ । ଆସନ୍ତା ୨୩ ତାରିଖରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଉଛି । ଏଣୁ ୨୪ ଓ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ । ବାତ୍ୟା ଦାନା ପ୍ରଭାବରେ ପୁରୀ, ଗଞ୍ଜାମ ଓ ଜଗତସିଂହପୁରରେ ଅତି ପ୍ରବଳ ବର୍ଷା ହେବ । ୨୪ ତାରିଖରେ ବାତ୍ୟା ଓଡ଼ିଶା ଛୁଇଁବ କି ନାହଁ ତାହା ଏବେଠାରୁ ଆକଳନ କରାଯାଇ ପାରିବ ନାହିଁ । ବାତ୍ୟା ଆଶଙ୍କାରେ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରଯାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ଏନେଇ ସତର୍କ କରାଯାଇଛି । କାଲି ସକାଳେ ସବୁ ଜିଲ୍ଲାପାଳ ନିଜ ଜିଲ୍ଲାର ତଦାରଖ କରିବେ । ଏବେ ଉଦ୍ଧାର କାର୍ଯ୍ୟ ପାଇଁ ଯଥେଷ୍ଟ ଟିମ୍ ଅଛି ।