କମିଲା ଏଲ୍ପିଜି ସିଲିଣ୍ଡର୍ ଦର
ବିପ୍ଲବୀ ପରିକ୍ରମା ବ୍ୟୁରୋ :- କମିଲା ଏଲ୍ପିଜି ସିଲିଣ୍ଡର୍ ଦର, ୧୯ କିଲୋ ଉପରେ ୩୦ ଟଙ୍କା ହ୍ରାସ ଦେଶରେ , କମିଲା ବାଣିଜ୍ୟିକ ଏଲ୍ପିଜି ଦର। ସୋମବାର ନୂଆଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଭଳି ମେଟ୍ରୋ ସହର ସମେତ ସମଗ୍ର ଦେଶରେ ୧୯ କିଲୋଗ୍ରାମ୍ର ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡର ଉପରେ ୩୦ ଟଙ୍କା ମୂଲ୍ୟ ହ୍ରାସ ଘୋଷଣା କରିଛନ୍ତି ତୈଳ ମାର୍କେଟିଂ କମ୍ପାନିଗୁଡ଼ିକ। ଘୋଷଣା ହେବା ସହିତ ସଂଶୋଧିତ ହାର ତୁରନ୍ତ କାର୍ଯ୍ୟକାରୀ ହୋଇଛି।ଜୁନ୍ ୧ ତାରିଖରେ ବାଣିଜ୍ୟିକ ଏଲପିଜି ଦର ପ୍ରାୟ ୬୯ ଟଙ୍କା ହ୍ରାସ ପାଇଥିଲା ଏବଂ ତା’ପୂର୍ବରୁ ମେ ୧ ତାରିଖରେ ସିଲିଣ୍ଡର ପିଛା ୧୯ ଟଙ୍କା ହ୍ରାସ ପାଇଥିଲା।