କମିଲା ଏଲପିଜି ସିଲିଣ୍ଡର ଦର

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ନୂଆବର୍ଷ ଖୁସି ଖବର ନେଇ ଆସିଛି। ୧ ଜାନୁୟାରି ୨୦୨୫ଠାରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦର କମିଛି। ସରକାରୀ ତୈଳ କମ୍ପାନିଗୁଡିକ ବର୍ଷର ପ୍ରଥମ ଦିନରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪.୫୦ ଟଙ୍କା ହ୍ରାସ କରିଛନ୍ତି। ତେବେ ଘରୋଇ ସିଲିଣ୍ଡର ଦର ପୂର୍ବଭଳି ଅପରିବର୍ତ୍ତିତ ରହିଛି। ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀର ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦାମ୍ ୧୮୧୮୧.୫୦ ଟଙ୍କାରୁ ୧୮୦୪ ଟଙ୍କାକୁ ଖସି ଆସିଛି।

 

ଏହା ଦ୍ବାରା ବର୍ତ୍ତମାନ ହୋଟେଲ ରେଷ୍ଟୁରାଣ୍ଟରେ ଖାଦ୍ୟ ଖାଇବା ପାଇଁ ବିଲ୍ ଅଧିକ ହେବ ନାହିଁ ବୋଲି ସମ୍ଭାବନା ରହିଛି। ସେହିପରି ଅନ୍‌ଲାଇନ୍ ଖାଦ୍ୟ ଅର୍ଡର ମଧ୍ୟ ଶସ୍ତା ‌ହୋଇପାରେ ବୋଲି କୁହାଯାଉଛି।କେବଳ ହୋଟେଲ,ଢାବା ତଥା ଅନ୍ୟ ଖାଦ୍ୟ ପ୍ରସ୍ତୁତକାରୀ ଦୋକାନରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ବ୍ୟବହାର କରାଯାଇଥାଏ। ସେମାନଙ୍କୁ ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ବ୍ୟବହାର କରିବାକୁ ଅନୁମତି ନାହିଁ। ଗତ କିଛି ମାସ ଧରି ଲଗାତାର, ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଉଥିଲା। ତେବେ ନୂଆବର୍ଷର ପ୍ରଥମ ଦିନରେ ଏହା କମିଛି।

LEAVE A REPLY

Please enter your comment!
Please enter your name here