ମୁମ୍ବାଇକୁ ୧୨ ରନରେ ହରାଇଲା ଲକ୍ଷ୍ନୌ 

0

ବିପ୍ଲବୀ ପରିକ୍ରମା ଡିଜିଟାଲ :- ଘରୋଇ ଗ୍ରାଉଣ୍ଡରେ ଚମକିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ । ଇଣ୍ଡିଆନ ପ୍ରିମିୟର ଲିଗର ୧୮ ତମ ସଂସ୍କରଣର ୧୬ ତମ ମ୍ୟାଚରେ ମୁମ୍ବାଇକୁ ୧୨ ରନରେ ପରାସ୍ତ କଲା ଏଲଏସଜି । ସନ୍ତୁଳିତ ବୋଲିଂ ଯୋଗୁ ଆଇପିଏଲରେ ଦ୍ବିତୀୟ ବିଜୟ ହାସଲ କରିବାରେ ସଫଳ ହୋଇଛି ଲକ୍ଷ୍ନୌ । କାମ ଦେଲା ମିଚେଲ ମାର୍ଶ ଓ ଆଡେନ ମାର୍କମଙ୍କ ଧୂଆଁଧାର ଅର୍ଦ୍ଧଶତକ । ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ଥିଲା ୨୦୪ ରନର ବିଜୟ ଲକ୍ଷ୍ୟ । ମାତ୍ର ୧୯୧ ରନରେ ଅଟକିଲା ମୁମ୍ବାଇ। ଦଳ ପକ୍ଷରୁ ସୂର୍ଯ୍ୟ କୁମାର ଯାଦବ ୬୭ ରନ କରିଥିବା ବେଳେ ନମନ ଧିର କରିଥିଲେ ୪୬ ରନ । ପାଣ୍ଡ୍ଯାଙ୍କ ୫ ଓ୍ବିକେଟ ମଧ୍ୟ ବିଫଳ ହୋଇଛି । ବିଜୟ ପାଇଁ ମୁମ୍ବାଇକୁ ଶେଷ ଓଭରରେ ୨୨ ରନ କରିବାକୁ ଥିଲା । କିନ୍ତୁ ଲକ୍ଷ୍ନୌର ଦ୍ରୁତ ବୋଲର ଅଭେଶ ଖାନ ଆଗରେ ଲୟ ହରାଇଥିଲେ ମୁମ୍ବାଇ ବ୍ୟାଟର । ଅଭେଶ ଶେଷ ଓଭରରେ ୯ ରନ୍‌ ଦେଇଥିଲେ । ମୁମ୍ବାଇ ଇଣ୍ଡିଆନ୍ସର ଚଳିତ ସିଜିନର ଏହା ତୃତୀୟ ପରାଜୟ ଅଟେ । ସେପଟେ ଦ୍ବିତୀୟ ଥର ପାଇଁ ବିଜୟର ସ୍ବାଦ ଚାଖିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ଉଭୟ ଦଳ ଚଳିତ ଆଇପିଏଲରେ ୪ଲେଖାଏଁ ମ୍ୟାଚ ଶେଷ କରିଛନ୍ତି । ମୁମ୍ବାଇର ନୈରାଶ୍ୟଜନକ ପ୍ରଦର୍ଶନ ରହିଛି ।

LEAVE A REPLY

Please enter your comment!
Please enter your name here