ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବ୍ରହ୍ମପୁର ସ୍ଥିତ ଆଙ୍କୁଲି ଠାରେ ଧୂମ୍ଧାମରେ ଚାଲିଛି ମା’ କନକ ଦୁର୍ଗା ବୁଢୀ ଠାକୁରାଣୀ ଯାତ୍ରା ।ଅସ୍ଥାୟୀ ପୀଠରେ ପ୍ରତିଦିନ ସକାଳୁ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା ପରେ ବାଳ ଭୋଗ ହୋଇଥାଏ। ସନ୍ଧ୍ୟାରେ ମା’ଙ୍କ ଆଳତୀ କାର୍ଯ୍ୟକ୍ରମକୁ ଦେଖୁବା ପାଇଁ ଭକ୍ତଙ୍କ ପ୍ରବଳ ଗହଳି ଲାଗି ରହୁଛି । ଯାତ୍ରାକୁ ଶୃଙ୍ଖଳା ରୂପେ ପରିଚଳନା ପାଇଁ ପରିଚାଳନା କମିଟି ଓ ପୋଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଧାହ୍ନରେ ଓ ରାତିରେ ଅନ୍ନଭୋଗ ବ୍ୟବସ୍ଥା ମଧ୍ୟ ପ୍ରତିଦିନ କରା ଯାଉଛି।ରାତ୍ର ସମୟରେ ମା ମା’ଙ୍କ ଘଟ ବିଭିନ୍ନ ସାହି ପରିକ୍ରମା କରିଥାନ୍ତି।
ଏହି ଘଟ ପରିକ୍ରମା ରେ ବହୁ ସଂଖ୍ୟାରେ ରକ୍ତମାନେ ସାମିଲ ହୋଇ ବାଜାବଜଣା ଓ ପଟୁଆରରେ ମା’ଙ୍କୁ ପରିକ୍ରମା କରିଥାନ୍ତି । ବିଭିନ୍ନ ସାହି ପରିକ୍ରମା କରି ପ୍ରଭୁ ଭୋଗ ଗ୍ରହଣ କରୁଛନ୍ତି । ଭକ୍ତଙ୍କ ମନରଞ୍ଜନ ପାଇଁ ଯାତ୍ରା ପଡିଆ ଠାରେ ମିନା ବଜ଼ାରରେ ରାମ ଦୋଳି,ଓ ଅନ୍ୟାନ ଖେଳର ଆୟୋଜନ କରାଯାଇଛି।ବିଭିନ୍ନ ସାହିର କଳା କୁଞ୍ଜ ଭକ୍ତ ଙ୍କ ମନ ମହି ଥାଏ। ମା ଙ୍କ ଯାତ୍ରା ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ପାଳିତ ହେବ।