ମା ରାମଚଣ୍ଡୀ ମହୋତ୍ସବ-୨୦୨୫ ଉଦ୍‌ଘାଟିତ

0

ଛତ୍ରପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ନିକଟବର୍ତ୍ତୀ ନୀଳାଦ୍ରିପୁର ଗ୍ରାମର ପାହାଡ଼ ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମାଁ ରାମଚଣ୍ଡୀ ପୀଠ l ଏହି ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ର ଦ୍ୱିତୀୟ ବାର୍ଷିକ ଉତ୍ସବ ଅବସରରେ ରାମଚଣ୍ଡୀ ମହୋତ୍ସବ-2025 ଉଦ୍‌ଘାଟିତ ହେଇଯାଇଛି। ଉତ୍ସବକୁ ରାଜ୍ୟ ବାଣିଜ୍ୟ, ପରିବହନ ଓ ଖଣି ବିଭାଗ ମନ୍ତ୍ରୀ ବିଭୂତି ଭୁଷଣ ଜେନା ଶୁଭାରମ୍ଭ କରିଥିଲେ I

ସମ୍ମାନୀତ ଅତିଥ୍ ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇଥିଲେ । ସମାଜସେବୀ ସୁଜାତା ପାଢ଼ୀ ,, କରପଡ଼ା ସରପଞ୍ଚ ଅଜୟ ନାୟକ, ଛତ୍ରପୁର ଓକିଲ ସଙ୍ଘ ସଭାପତି ପ୍ରଦୀପ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହା 18 ତାରିଖ ପର୍ଯ୍ୟନ୍ତ ଚାଲିବ l ଏହି ଅବସରରେ ପ୍ରଥମ ଓଁ ଦ୍ୱିତୀୟ ସନ୍ଧ୍ୟାରେ ସ୍ଵାନମଧନ୍ୟ କଣ୍ଠଶିଳ୍ପୀ ଓ ନୃତ୍ୟ ଶିଳ୍ପୀଙ୍କ ଧମାଲ ରେ ପୀଠ ପରିସର ମୁଖରିତ ହୋଇଉଠିଛି ।

ଏହି ଅବସରରେ ପ୍ରତ୍ୟେକ ଦିନ ଚଣ୍ଡୀପାଠ, ହବନ ଓ ପୂଜାପାଠ ପାରମ୍ପାରିକ ରୀତିନୀତି ଅନୁଯାଇ ଭଵ୍ୟତାର ସହିତ ଅନୁଷ୍ଠିତ ହେଉଛି l ତା ସାଙ୍ଗକୁ ପ୍ରତ୍ୟେକ ଦିନ ସାଂସ୍କୃତିକ, ଲୋକକଳା,ଲୋକନୃତ୍ୟ ସାଙ୍ଗକୁ ଚଳଚିତ୍ର ଜଗତର ପ୍ରକ୍ଷାତ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଉଛି l ସୋମବାର ଠାରୁ ମନ୍ଦିର ସମ୍ମୁଖରେ ଜିଲ୍ଲା ସ୍ତରୀୟ ବାଦୀପାଲା ସମ୍ମେଳନୀ ଆରମ୍ଭ ହୋଇଛି l

ଶେଷ ଦିବସ ତଥା ମଙ୍ଗଳବାର ଦିନ ମହାକୁମ୍ଭ ରୁ ଫେରିଥିବା ସାଧୁ ଓ ସନ୍ଥ ମାନଙ୍କୁ ନେଇ ବିଶାଳ ସାଧୁ ସମ୍ମେଳନୀ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି, ପ୍ରଥମେ 108 ସନ୍ଥ ପୂଜନ ଓ 1 ଲକ୍ଷ ବେଲପତ୍ର ସମର୍ପଣ କରାଯିବ, ପ୍ରଥମ ଦିବସରେ କଣ୍ଠଶିଳ୍ପୀ ଗଣେଶ ପଟ୍ଟନାୟକ, ଗାୟିକା ବର୍ଣ୍ଣାଳୀ ହୋତା, ଖ୍ୟାତାନାମା କଣ୍ଠ ଶିଳ୍ପୀ ମେଗାମଞ୍ଚରେ ସଙ୍ଗୀତ ପରିବେଷଣ କରି ଭକ୍ତଙ୍କୁ ବିମୁଗ୍ଧ କରି ଦେଇଥିଲେ।

କାର୍ଯ୍ୟକ୍ରମ ମୁଖ୍ୟ ଆବାହକ ତଥା ସଂଯୋଜକ କମଳ କୁମାର ପଣ୍ଡା, ଟ୍ରଷ୍ଟି ମଞ୍ଜୁଳା ପଣ୍ଡା, , ଜ୍ୟୋତିଷ ବିଶାରଦ ଦୀପକ ଦାସ୍,ଦିବାକର ନାୟକ, ରାମଚଣ୍ଡୀ ମନ୍ଦିର ପୂଜା କମିଟୀ ସମ୍ପାଦକ ମହାରାଜ କୃଷ୍ଣ ଚନ୍ଦ୍ର ନାୟକ, ଗଙ୍ଗା ଧର ଶତପଥୀ, ଆଇନଜିବୀ ପ୍ରଦୀପ କୁମାର ପାଢ଼ୀ ପ୍ରମୁଖ ମଞ୍ଚାସୀନ ଥିଲେ l ମନ୍ଦିର କମିଟି,ପୂଜା କମିଟି, ଟ୍ରଷ୍ଟ ସଭ୍ୟ ଓ ଶ୍ରଦ୍ଧାଳୁ ଭକ୍ତ ସକ୍ରୀୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here