ଆସୁଛନ୍ତି ମା’, ସଜେଇ ହେଉଛି ଅସ୍ଥାୟୀ ମଣ୍ଡପ 

0

ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ଆସୁଛନ୍ତି ମା’, ଚଳ ଚଞ୍ଚଳ ହୋଇଉଠୁଛି ସମଗ୍ର ବ୍ରହ୍ମପୁର ସହର l ମା’ଙ୍କୁ ସ୍ୱାଗତ କରିବା ପାଇଁ ଜୋର ସୋର ରେ ସଜେଇ ହୋଉଛି ଦେଶୀ ବେହେରା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପ l ଶାଶୁ ଘର ରୁ ବାପ ଘର ଆସିବେ ମା’ ଆଉ ମା’ଙ୍କ ଆଗମନ କୁ ଦୃଷ୍ଟି ରେ ରଖି ପ୍ରସ୍ତୁତ ହୋଉଛି ଅସ୍ଥାୟୀ ମଣ୍ଡପ l ବଡ଼ ବଜାର ଅନ୍ତର୍ଗତ ଦେଶୀ ବେହେରା ସାହି ଅର୍ଥାତ ମା’ଙ୍କ ବାପା ଘର ସମ୍ମୁଖରେ ମା’ଙ୍କ ଅସ୍ଥାୟୀ ମଣ୍ଡପ ତିଆରି ହୋଉଛି l ଶୁଭଖୁଣ୍ଟି ସ୍ଥାପନ ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ଯାହା ଏବେ ଶେଷ ପର୍ଯ୍ୟାୟ ରେ l ପୁରା ବ୍ରହ୍ମପୁର ସହର ତଥା ସହରବାସୀଙ୍କ ଆରାଧ୍ୟା ଦେବୀ ତଥା ଇଷ୍ଟ ଦେବୀ ମା’ବୁଢ଼ୀ ଠାକୁରାଣୀ ପାରମ୍ପରିକ ସିଦ୍ଧାନ୍ତି ଅନୁସାରେ ଆଉ ଦୁଇ ଦିନ ପରେ ଅର୍ଥାତ ଚଳିତ ଏପ୍ରିଲ ମାସ ୩ ତାରିଖ ଠାରୁ ୨୬ ଦିନ ବାପା ଘରେ ରହି ଯାତ୍ରା କରି ପୁଣି ଏପ୍ରିଲ ୨୮ ତାରିଖ ରେ ଶାଶୁ ଘର ଫେରିଯିବେ ମାଁ ବୁଢୀ ଠାକୁରାଣୀ, ଯାହା ମା’ବୁଢ଼ୀ ଠାକୁରାଣୀ ଯାତ୍ରା ଭାବେ ବେଶ ସୁନାମଧନ୍ୟ l ସ୍ଥାୟୀ ମନ୍ଦିରରୁ ଅସ୍ଥାୟୀ ମନ୍ଦିରକୁ ମା’ଙ୍କ ଆଗମନ, ରୀତିନୀତି, ସାହି ପରିକ୍ରମା ଓ ସ୍ଥାୟୀ ମନ୍ଦିରକୁ ମା’ଙ୍କ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରାଯାଇଛି । ଦୁଇବର୍ଷକୁ ଥରେ ମାଆ ନିଜ ବାପଘରକୁ ଆସିବା ସହ ସାହିସାହି ବୁଲି ଭକ୍ତଙ୍କୁ ଦର୍ଶନ ଓ ଆଶୀର୍ବାଦ ଦେଇଥାନ୍ତି । ଏଥିପାଇଁ ଏବେଠାରୁ ବ୍ରହ୍ମପୁରରେ ପ୍ରବଳ ଉତ୍ସାହ ଦେଖାଦେଇଛି ।

 

ସୂଚନାନୁଯାୟୀ, ବ୍ରହ୍ମପୁରର ଏହି ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ପ୍ରାୟ ମାସେ ସମୟ ଧରି ଆୟୋଜିତ ହୋଇଥାଏ । ମା’ ନିଜ ମୁଖ୍ୟ ମନ୍ଦିରରୁ ବାହାରି ଦେଶୀବେହେରା ସାହି ସ୍ଥିତ ନିଜ ବାପ ଘରକୁ ଆସିବା ପରେ ଯାତ୍ରା ଆରମ୍ଭ ହୋଇଥାଏ । ପରମ୍ପରା ଓ ରୀତିନୀତି ଅନୁଯାୟୀ ଯାତ୍ରା ହୋଇଥାଏ। ମା’ଙ୍କ ଘଟ ପରିକ୍ରମା ସହିତ ମାନସିକ ବେଶଧାରୀ, କଳାକୁଞ୍ଜ ଏବଂ ବିଭିନ୍ନ ସାହିର ରଥ,ଯାତ୍ରାର ମୁଖ୍ୟ ଆକର୍ଷଣ ପାଲଟିଥାଏ । ମା’ଙ୍କ ଯାତ୍ରାର ଦିନ ଯେତେ ପାଖେଇ ଆସୁଛି ତାହାକୁ ନେଇ ଭକ୍ତଙ୍କ ମଧ୍ୟରେ ସେତିକି ଉତ୍ସାହ ଦେଖିବାକୁ ମିଳୁଛି । ଏବର୍ଷ ଯାତ୍ରା ସୁରୁଖୁରୁରେ ହେବା ନେଇ ବୁଢ଼ୀ ଠାକୁରାଣୀଙ୍କ ଉପରେ ସହରବାସୀଙ୍କ ଭରସା ରହିଛି ।

LEAVE A REPLY

Please enter your comment!
Please enter your name here