ବ୍ରହ୍ମପୁର ( ବିପ୍ଲବୀ ପରିକ୍ରମା ):- ବୁଧବାର ଠାରୁ ଗୋଶାଣୀନୂଆଗାଁ ଅଧିଷ୍ଠାତ୍ରୀ ଦେବୀ ମା’ କାଳୁଆଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି । ଭକ୍ତ ଗ୍ରହଣରେ ଅସ୍ଥାୟୀ ମନ୍ଦିରରୁ ଆଜ୍ଞାମାଳ ଧରି ଢୋଲ , ମୃଦଙ୍ଗ , ଘୋଡ଼ାନାଚ ଓ ବିଭିନ୍ନ ପ୍ରକାର ଦେବୀଙ୍କ ପରଭା ନୃତ୍ୟ ସହ ଏକ ବିରାଟ ପଟୁଆର ସହ କାଳୁଆ ମନ୍ଦିର ନିକଟରେ ପହଞ୍ଚି ମା’କାଳୁଆଙ୍କୁ ଡାକରା କରାଯାଇଥିଲା। ଢୋଲ ମୃଦଙ୍ଗ ପ୍ରକମ୍ପିତ ଶବ୍ଦରେ ମା’ମନ୍ଦିରରୁ ବାହାରି ଆସି ପ୍ରଥମେ ମାଉସୀ ମା’ମନ୍ଦିର ଯାଇ ପୋଡ଼ପିଠା ଖାଇଥିଲେ। ମା’ ପୋଡ଼ପିଠା ଖାଇସାରି ଗ୍ରାମ ଭ୍ରମଣ କରିଥିଲେ। ମା’ଭ୍ରମଣ ସମୟରେ ପ୍ରତ୍ୟେକ ସାହିରେ ମା’ଙ୍କୁ ପୂଜାଅର୍ଚ୍ଚନା କରାଯାଇଥିଲା।ଯାତ୍ରାର ସୁରକ୍ଷା ପାଇଁ ବ୍ରହ୍ମପୁର ପୋଲିସ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି l