ସୁନାବେଶ ରେ ଦର୍ଶନ ଦେଲେ ମା’ କିଚକେଶ୍ବରୀ 

0

ମୟୁରଭଞ୍ଜ ( ବିପ୍ଲବୀ ପରିକ୍ରମା ଡିଜିଟାଲ ):- ମୟୁରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛିନ୍ତି ମା କିଚକେଶ୍ୱରୀ । ଏହି ମନ୍ଦିରଟି ବିଶ୍ଵ ପର୍ଯ୍ୟଟନ ସ୍ଥଳୀ ମାନଚିତ୍ର ରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାର ୧୨ଶହ ବର୍ଷ ପୂରାତନ ଖିଚିଂ ମନ୍ଦିର କୁ ଦେଶ ବିଦେଶ ରୁ ପର୍ଯ୍ୟଟକ ଓ ଭକ୍ତ ଆସିଥାନ୍ତି । ଏହି ଖୀଚିଂ ମନ୍ଦିର ଟି ବିଶ୍ୱ ରେ ଏକ ମାତ୍ର ମନ୍ଦିର ଯାହାକି ସମ୍ପୂର୍ଣ୍ଣ କଳା ମୁଗୁନି ପଥରେ ନିମାର୍ଣ କରାଯାଇଛି । ତେବେ ଏହି ମନ୍ଦିର ଟି କୁହାଯାଏ କି ୯୨୦ ରୁ ୯୨୬ ଖ୍ରୀ ସ୍ଥାପନ କରାଯାଇଥିବାର ସରକାରୀ ଭାବେ ଘୋଷଣା କରାଯାଇଛି । ଏଠାକୁ ବର୍ଷ ତମାମ ଭକ୍ତ ଓ ପର୍ଯ୍ୟଟକ ଙ୍କ ଭିଡ଼ ଜମିଥାଏ | ଖିଚିଂ ମନ୍ଦିର କୁ କେବଳ ଓଡିଶା ନୁହେଁ ଓଡିଶା ବାହାରୁ ବିହାର, ଝାରଖଣ୍ଡ , କଲିକତାରୁ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସୁଅ ଛୁଟିଥାଏ, ତା’ସହିତ ମା କିଚେକେଶ୍ଵରୀ ଠାକୁରାଣୀ କୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ମଧ୍ୟ ଭକ୍ତଙ୍କ ସୁଅଛୁଟିଥାଏ | ତେବେ ପ୍ରତ୍ୟେକ ବର୍ଷ କାର୍ତ୍ତିକ ପୁର୍ଣିମା ଦିନ ମାଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ | ଏହି ଦୁର୍ଲଭ ସୁନାବେଶ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ | ତେବେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ କାର୍ତିକ ପୂର୍ଣ୍ଣିମା ରେ ମା’କିଚକେଶ୍ବରୀଙ୍କ ଦୁର୍ଲଭ ବେଶ ମା’ଙ୍କର ସୁନା ବେଶ ଅନୁଷ୍ଠିତ ହୋଇଯାଉଛି |ସକାଳ ୭ ଘଟିକାରୁ ଅପରାହ୍ନ ୩ଘଟିକା ୩୦ ମିନିଟ ଯାଏଁ ମା’ଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଥିଲା | ତେବେ ଏହି ସୁନାବେଶ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା | ଭିଡ କୁ ଦୃଷ୍ଟି ରେ ରଖି କିଭଳି ଆସୁଥିବା ଭକ୍ତ ମାନଙ୍କ ସୁରକ୍ଷା ଏବଂ ଶାନ୍ତି ଶୃଙ୍ଖଳା ରେ ମା:ଙ୍କର ଦର୍ଶନ କରି ଆଶ୍ରିବାଦ ଲାଭ କରିବେ ତା’ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା | ସୁରକ୍ଷା କୁ ଦୃଷ୍ଟି ରେ ରଖି ଉପଖଣ୍ଡ ପୋଲିସ ଅଧିକାରୀ ସୁବ୍ରତ କୁମାରଙ୍କ ନିର୍ଦେଶ କ୍ରମେ ପୋଲିସ ମୁତୟନ ମଧ୍ୟ କରାଯାଇଥିଲା | ମା’ଙ୍କ ସୁନାବେଶ ରେ ପଞ୍ଚାପୀଡ଼ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଉପସ୍ଥିତ ରହି ଏହାର ତଦାରଖ କରିଥିଲେ |

 

 

LEAVE A REPLY

Please enter your comment!
Please enter your name here