ଗଞ୍ଜାମରେ “ମା’ନାମରେ ଗଛ ଟିଏ କାର୍ଯ୍ୟକ୍ରମ” ଅନୁଷ୍ଠିତ

0

ଗଞ୍ଜାମ ( ବିପ୍ଲବୀ ପରିକ୍ରମା ):- ଶନିବାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ଆଞ୍ଚଳିକ ବିକାଶ ପରିଷଦ” ତରଫରୁ କୁକୁଡାଖଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ ଦକ୍ଷିଣପୁର ଘାଇ ପାଶ୍ୱ ଭଗବାନପୁର ଗ୍ରାମ ନିକଟରେ “ମା’ନାମରେ ଗଛ ଟିଏ” ” ପଞ୍ଚାୟତ ପାଇଁ ଜଙ୍ଗଲ ଟିଏ”ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନେ ନିମ୍ବ ବୃକ୍ଷ କୁ ପୂଜାର୍ଚନା କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ l

ଆଞ୍ଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଖଣି, ଇସ୍ପାତ ଓ ରାଜ୍ୟ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା,ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ଦିଗପହଣ୍ଡି ବିଧାୟକ ଶ୍ରୀଯୁକ୍ତ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସୋନୀ ଖୋକର, କୁକୁଡାଖଣ୍ଡି ତହସିଲଦାର ସପନ କୁମାର ସାହୁ,ବ୍ରହ୍ମପୁର ବନାଞ୍ଚଳ ଅଧିକାରୀ ମାଣୀକେଶ୍ବରୀ ହାଂସଦା,କୃଷକ ମୋର୍ଚ୍ଚା ସଭାପତି ଚିନ୍ମୟା ନନ୍ଦ ମହାରାଜ,ସମ୍ପାଦକ ବିଜେନ୍ଦ୍ର ମାଝୀ, ଏ. ନନ୍ଦ କିଶୋର, ବନମାଳୀ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ l

ଅତିଥି ମାନେ ନିଜ ବକ୍ତବ୍ୟରେ ପ୍ରଧାନ ମନ୍ତ୍ରୀଙ୍କ ଆହ୍ୱାନ ମା’ ଙ୍କ ନାମରେ ଗଛ ଟିଏ ଅଭିଯାନ କିପରି ଅନ୍ୟ ପଞ୍ଚାୟତ କୁ ବ୍ୟାପ୍ତ ହେବ ସେ ପ୍ରତି ଧ୍ୟାନ ଦେବାକୁ କହିଥିଲେ lଶେଷରେ ଅତିଥି ମାନେ ବଟ,ଅଶ୍ୱତଥ,ଅଁଳା,ଅର୍ଜୁନ, ଜାମୁ, କରଞ୍ଜ ଆଦି ବୃକ୍ଷ ରୋପଣ କରିଥିଲେ lଆଜିର କାର୍ଯ୍ୟକ୍ରମ ସଞ୍ଜୟ ପାତ୍ର ଓ ସାଗର ପ୍ରସାଦ ପାତ୍ର ସଂଯୋଜନା କରିଥିବା ବେଳେ କଳିଙ୍ଗ ବିଦ୍ୟା ମନ୍ଦିରର ସଭାପତି ଜବାହାରଲାଲ ପାତ୍ର ଏବଂ ଛାତ୍ରଛାତ୍ରୀଞ୍ଜା ସମତେ ବହୁ ମନୟାଗଣ୍ୟ ବ୍ୟକ୍ତି ଓ ଦକ୍ଷିଣପୁର ପଞ୍ଚାୟତର ଜନସାଧାରଣ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

LEAVE A REPLY

Please enter your comment!
Please enter your name here